ଓଡିଶା

odisha

ETV Bharat / city

‘ବିଶୃଙ୍ଖଳା କଲେ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ କେନ୍ଦ୍ରକୁ କରାଯିବ ସ୍ଥାନାନ୍ତର’ - ଦେଓ ରଞ୍ଜନ କୁମାର ସିଂହ

କ୍ବାରେଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା କଲେ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ଦିଆଯାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ। ଆବଶ୍ୟକ ପଡିଲେ ସେମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିବୃତିରେ କହିଛନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ।

govt. of odisha
କ୍ବାରେଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା କଲେ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ କେନ୍ଦ୍ରକୁ କରାଯିବ ସ୍ଥାନାନ୍ତର

By

Published : May 6, 2020, 7:02 PM IST

ଭୁବନେଶ୍ବର: କ୍ବାରେଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା କଲେ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ଦିଆଯାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ। ଆବଶ୍ୟକ ପଡିଲେ ସେମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିବୃତିରେ କହିଛନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ।

କ୍ବାରେଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା କଲେ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ କେନ୍ଦ୍ରକୁ କରାଯିବ ସ୍ଥାନାନ୍ତର

ମେ 3 ତାରିଖ ପରଠାରୁ ଓଡିଶାକୁ ଫେରିଛନ୍ତି 35 ହଜାର 540 ଜଣ। ସେମାନେ ସମସ୍ତେ ଟ୍ରେନ ଓ ବସ ମାଧ୍ୟମରେ ଫେରିଛନ୍ତି। ସମସ୍ତ ପଞ୍ଚାୟତରେ ପ୍ରାୟ 12 ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇଛି। ଏସମସ୍ତ କ୍ୟାମ୍ପରେ 5 ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଏହା କୌଣସି ହୋଟେଲ ଠାରୁ କମ୍‌ ନୁହେଁ । ଏଭଳି ବ୍ୟବସ୍ଥା ଦେଶରେ ପ୍ରଥମ ଥର ପାଇଁ ଓଡିଶା ସରକାର କରିଛନ୍ତି। କିଭଳି ଭାବେ ପ୍ରବାସୀ ଓଡିଆ ସଙ୍ଗରୋଧ କେନ୍ଦ୍ରରେ ଭଲ ଭାବରେ ରହିବେ ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ସେହିପରି ସରପଞ୍ଚଙ୍କ ଦ୍ଵାରା 5 ଜଣିଆ କମିଟି ଗଠନ କରାଯାଇଛି। ବ୍ଲକ ସ୍ତରୀୟ ସୁପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ପଞ୍ଚାୟତରେ ଏକ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଯାହା ସମସ୍ତ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକଙ୍କ କିଭଳି ଭାବରେ ସୁବିଧା ଯୋଗାଇ ଦିଆଯିବ ସେନେଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଅସ୍ଥାୟୀ ମେଡିକାଲକୁ ଯେଉଁମାନେ ଯିବେ ସେମାନଙ୍କର ହାତରେ କାଳିର ଏକ ଷ୍ଟାମ୍ପ ଲଗାଯିବ। ସମସ୍ତ ପଞ୍ଚାୟତରେ ରହିଥିବା ସଙ୍ଗରୋଧ ଗୃହରେ ଭଲ ଖାଦ୍ୟ ଦିଆଯାଉଛି। ସେଠାରେ ଭଲ ଭାବରେ ସଫାସୁତରା ରଖିବା ସହ 3 ଥର ସଫା କରାଯାଉଛି। ମହିଳା ଶିଶୁ ପାଇଁ ଅଲଗା ରୁମର ବ୍ୟବସ୍ଥା କରାଯାଇଛି। କୋରୋନା ମୁକାବିଲା କହିବା ପାଇଁ ସଙ୍ଗରୋଧ କେନ୍ଦ୍ରରେ ପଡିଥିବା ଦୁଇଟି ଶଯ୍ୟା ମଧ୍ୟରେ 2 ମିଟର ଦୂରତା ରଖାଯାଇଛି। ଯେପରିକି ସାମାଜିକ ଦୂରତା ରକ୍ଷା କରିପାରିବ ବୋଲି ସଚିବ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details