ଓଡିଶା

odisha

By

Published : Jun 15, 2022, 10:51 PM IST

ETV Bharat / city

President Elections: ବିଜେଡି ବିଜେପି ପ୍ରାର୍ଥୀକୁ ସମର୍ଥନ କରିବ କହିଲେ ନରସିଂହ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠାରୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ ଦେବେ । ଅଧିକ ପଢନ୍ତୁ

ବିଜେଡି ବିଜେପି ପ୍ରାର୍ଥୀକୁ ସମର୍ଥନ କରିବ: ନରସିଂହ
ବିଜେଡି ବିଜେପି ପ୍ରାର୍ଥୀକୁ ସମର୍ଥନ କରିବ: ନରସିଂହ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ ଦେବେ ।

୩୦ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ ଦେବେ ।

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବୈଠକରେ କଂଗ୍ରେସ, ଡିଏମକେ, ନେସନାଲ କଲଫରେନ୍ସ , ଟିଏମସି, ଆରଜେଡି, ଏନସିପି, ସିପିଆଇ ଭଳି 17 ଟି ଦଳ ସାମିଲ ହୋଇଥିଲେ । ହେଲେ ଓଡିଶାର ବିଜେଡି ଏଥିରେ ସାମିଲ ହୋଇନଥିଲେ । ବୈଠକରେ ବିଜେଡି, ଆପ ଏବଂ ଟିଆରଏସ ଅନୁପସ୍ଥିତ ଥିଲେ। ତେବେ ବିରୋଧୀଙ୍କ ପକ୍ଷରୁ ଶରତ ପାୱାରଙ୍କୁ ପ୍ରାର୍ଥୀ କରିବାକୁ ଆଲୋଚନା ହୋଇଥିଲେ ମଧ୍ୟ ସେ ରାଜି ନହେବାରୁ ଆଉ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ଆଲୋଚନା ।

ବିଜେଡି ବିଜେପି ପ୍ରାର୍ଥୀକୁ ସମର୍ଥନ କରିବ: ନରସିଂହ

ଏପରି ସ୍ଥଳେ ବିଜେଡି ପୂର୍ବରୁ ସମଦୂରତା ରକ୍ଷା ଥିଓରୀ କେତେ ବଜାୟ ରଖୁଛି ତାହା ଉପରେ ସମସ୍ତଙ୍କ ନଜର। ଏହାକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ବିଜେଡି ବିଜେପି ଗୋଟିଏ ଦଳ ବୋଲି କହିଛନ୍ତି । ବିଜେଡି ମୋଦିଙ୍କ ବିରୋଧରେ କିଛି କରିବନାହିଁ । ବିଜେଡି ବିଜେପିକୁ ସମର୍ଥନ କରିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details