ଭୁବନେଶ୍ବର: ଆଜି (ଶନିବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖ ଦିନ ୧୦.୪୦ରେ ପୁରୀ ସ୍ଥିତ ଗୌଡିଆ ମିସନ ପ୍ଳତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ଳଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ । ଆଜି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି। ଭୁବନେଶ୍ବର ବିମାନ ବନ୍ଦରରେ ଦିନ ୨.୨୫ରେ ପହଞ୍ଚିବେ ।
ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ୫ଟାରୁ ୫.୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ପ୍ରଶାନସନର ସମସ୍ତ ବ୍ୟବସ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିବେ ରାଷ୍ଟ୍ରପତି । ପରେ ପରେ ସାତପାହାଚ, ନାଟମଣ୍ଡବ ଦେଇ ମୂଳ ମନ୍ଦିରକୁ ପ୍ରବେଶ କରିବେ ରାଷ୍ଟ୍ରପତି ।