ଓଡିଶା

odisha

ETV Bharat / city

ଆଜି ଓଡିଶା ଆସିବେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

By

Published : Mar 20, 2021, 8:14 AM IST

ଆଜି ଓଡିଶା ଆସିବେ ରାଷ୍ଟ୍ରପତି
ଆଜି ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା 6ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବେ । ଏହା ପରେ ରାଷ୍ଟ୍ରପତି ରାଜଭବନ ଯିବେ ସେଠାରେ ରାତ୍ରିଯାପନ କରିବେ । ତିନି ଦିନିଆ ଗସ୍ତରେ ଆସି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆସନ୍ତାକାଲି(ରବିବାର) ସକାଳ 9ଟାରେ ରାଷ୍ଟ୍ରପତି ବିମାନରେ ଝାରସୁଗୁଡା ଦେଇ ରାଉରକେଲା ଯିବେ । ସେଠାରେ ଏନଆଇଟିର ସମାବର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ । ଏହା ପରେ ପୁଣି ଭୁବନେଶ୍ବର ଫେରି ଯାଇ ରାଜଭବନରେ ରାତ୍ରିଯାପନ କରିବେ ରାମନାଥ ।

ଏହା ପରେ ସେ ଆସନ୍ତା 22ରେ ପୁରୀ ଗସ୍ତ କରିବେ । ଶ୍ରୀଜିଉ ଦର୍ଶନ ସାରି କୋଣାର୍କରେ ଭୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ କୋଣାର୍କ ବୁଲାବୁଲି ସାରିବା ପରେ ପୁଣି ଭୁବନେଶ୍ବର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details