ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବରକୁ ଫେରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପହଞ୍ଚିବା ପରେ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ରାଜଭବନ ଅଭିମୁଖେ ଗସ୍ତ କରିଛନ୍ତି ।
ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି, ଅପରାହ୍ଣରେ ଫେରିବେ ଦିଲ୍ଲୀ - ଭୁବନେଶ୍ବର ଖବର
ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବରକୁ ଫେରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ତେବେ ମଧ୍ୟାହ୍ନ ଭୋଜନ ପରେ ରାଜଭବନ ଭିତରେ ଚାରାରୋପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ଣ ସମୟରେ ଦିଲ୍ଲୀ ଫେରିବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ