ଓଡିଶା

odisha

By

Published : Dec 8, 2019, 2:48 PM IST

Updated : Dec 8, 2019, 2:55 PM IST

ETV Bharat / city

'75 ବର୍ଷ ଭିତରେ ଶିକ୍ଷାର ମନ୍ଦିର ପାଲଟିଛି ଉତ୍କଳ ବିଶ୍ବବିଦ୍ୟାଳୟ'

ରବିବାର ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ। ଆଉ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ଖବର ପଢନ୍ତୁ...

'75 ବର୍ଷ ଭିତରେ ଶିକ୍ଷାର ମନ୍ଦିର ପାଲଟିଛି ଉତ୍କଳ ବିଶ୍ବ ବିଦ୍ୟାଳୟ'
'75 ବର୍ଷ ଭିତରେ ଶିକ୍ଷାର ମନ୍ଦିର ପାଲଟିଛି ଉତ୍କଳ ବିଶ୍ବ ବିଦ୍ୟାଳୟ'

ଭୁବନେଶ୍ବର: ରବିବାର ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ। ଆଉ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ବିଶ୍ବବିଦ୍ୟାଳୟର କୁଳପତି ସୌମେନ୍ଦ୍ର ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ ।

ଅନ୍ୟପଟେ ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ବ୍ୟକ୍ତି ଓ ଆଲୁମିନି ଛାତ୍ରଛାତ୍ରୀ ମଧ୍ୟ ଯୋଗଦେଇଥିଲେ। ତେବେ ପ୍ରଥମେ ସବୁ ଅତିଥି ନିଜ ନିଜ ବକ୍ତବ୍ୟ ମଞ୍ଚ ଉପରେ ରଖିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ କହିଥିଲେ ଯେ, 'ପ୍ଲାଟିନମ ଜୁବୁଲି ଅର୍ଥାତ 75 ବର୍ଷ ଭିତରେ ଶିକ୍ଷାର ଏକ ମନ୍ଦିର ପାଲଟିଛି ଉତ୍କଳ ବିଶ୍ବ ବିଦ୍ୟାଳୟ । ସେହିପରି ଉତ୍କଳ ବିଶ୍ବ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଦେଶକୁ ଗୌରବାନ୍ବିତ କରିଛନ୍ତି'।

'75 ବର୍ଷ ଭିତରେ ଶିକ୍ଷାର ମନ୍ଦିର ପାଲଟିଛି ଉତ୍କଳ ବିଶ୍ବ ବିଦ୍ୟାଳୟ'

କେବଳ ଏତିକି ନୁହେଁ ଓଡିଶା ସାରା ଦେଶକୁ ଏକ ଶାନ୍ତିର ବାର୍ତ୍ତା ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ନୂଆ ଚିନ୍ତା ଓ ଚେତନାର କେନ୍ଦ୍ରସ୍ଥଳ ହେଉଛି ବିଶ୍ବବିଦ୍ୟାଳୟ। 5 ବର୍ଷ ଭିତରେ ଦେଶର ଏକ ଏକ ପ୍ରମୁଖ ଶିକ୍ଷାକ୍ଷେତ୍ର ହେବ ବୋଲି ଆଶା କରାଯାଉଛି। ବିଶ୍ବବିଦ୍ୟାଳୟ କୁ ଆଗକୁ ନେବା ପାଇଁ ପୁରାତନ ଛାତ୍ର ଆସିବା ଆବଶ୍ୟକ। ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ବିଭିନ୍ନ ଶିକ୍ଷା କ୍ଷେତ୍ରରେ ନିଜ ନିଜ ଭିତରେ ଏକ ଫଣ୍ଡ ଗଠନ କରନ୍ତୁ। ଯାହା ଭବିଷ୍ୟତରେ ଏହା ଏକ ବଡ ସଫଳତା ଯୋଗାଇବ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି।

ଏହାବାଦ ବର୍ଷକୁ ଥରେ ପୁରାତନ ଛାତ୍ର ଏକତ୍ରିତ ହୁଅନ୍ତୁ ଓ ଶିକ୍ଷା ଓ ବିଶ୍ବବିଦ୍ୟାଳୟର ଉପରେ ଆଲୋଚନା କରନ୍ତୁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 8, 2019, 2:55 PM IST

ABOUT THE AUTHOR

...view details