ଓଡିଶା

odisha

ETV Bharat / city

ଆସୁଛନ୍ତି ରାଷ୍ଟ୍ରପତି, ରୁଟ ଲାଇନ ପ୍ରସ୍ତୁତ - president ramanath kovind to be visit odisha

ଆସନ୍ତା ୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ କାର୍ଯ୍ୟସୂଚୀ ସମେତ ରୁଟ ଲାଇନ ପ୍ରକାଶ ପାଇଛି ।

ଆସୁଛନ୍ତି ରାଷ୍ଟ୍ରପତି
ଫାଇଲ ଫଟୋ

By

Published : Dec 4, 2019, 4:36 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ବରୁଣେଇ ପୀଠ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ସହ ଗସ୍ତକୁ ନେଇ କାର୍ଯ୍ୟସୂଚୀ ସମେତ ରୁଟ୍‌ ଲାଇନ ପ୍ରକାଶ ପାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଆସନ୍ତା 7 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ବିମାନ ଯୋଗେ ଯୋଧପୁର ବିମାନବନ୍ଦରରୁ ଆସି ୭ଟା ୩୦ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବା ପରେ 7 ଟା 50ରେ ରାଜଭବନରେ ପହଞ୍ଚିବେ । ସେଠାରେ ରାତ୍ରଭୋଜନ ସହ ଶୟନ ମଧ୍ୟ କରିବେ ।

ପରଦିନ ସକାଳୁ ଅର୍ଥାତ 8 ତାରିଖ ଦିନ ସକାଳ ଜଳଖିଆ କରିବା ପରେ ଭୁବନେଶ୍ବର ବିମାନବନ୍ଦରରୁ 9ଟା 30 ସମୟରେ ହେଲିକପ୍ଟରରେ ଗୋଶାଳା ପଡିଆ ବାହାରିବେ । ଗୋଶାଳା ପଡ଼ିଆରେ 10ଟା10 ସମୟରେ ପହଞ୍ଚିବା ପରେ ସଡକ ପଥ ଦେଇ ବରୁଣେଇ ଅଭିମୁଖେ ଯାତ୍ରା କରିବେ । ସେଠାରେ 10ଟା 35ରେ ବରୁଣେଇ ଠାରେ ଭୂମି ପୂଜା ସାଙ୍ଗକୁ ପାଇକ ବିଦ୍ରୋହର ଫାଉଣ୍ଡେସନ ସଭାରେ ପାଖାପାଖି 1 ଘଣ୍ଟା ରହିବେ । ଏହାପରେ ବରୁଣେଇ ପାହାଡ଼ କାର୍ଯ୍ୟକ୍ରମ ସ୍ଥଳରୁ 11 ଟା 45 ରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ 12 ଟା 15 ସମୟରେ ପହଞ୍ଚିବେ । ସେଠାରୁ ସଡକ ପଥ ଦେଇ ସିଧାସଳଖ ଉତ୍କଳ ବିଶ୍ଵବିଦ୍ୟାଳୟର 75 ତମ ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଭାଗନେବେ ରାଷ୍ଟ୍ରପତି କୋବିନ୍ଦ ।

ତେବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ଏହାପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟକ୍ରମ ଶେଷ କରି 1 ଟା 50ରେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ସେଠାରୁ ମଧ୍ୟାହ୍ନ ଭୋଜନ କରିବା ପରେ ସନ୍ଧ୍ୟା 5 ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ‘ବ୍ଲୁ ବୁକ’ ନିୟମ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ମୁଖ୍ୟତଃ ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର ଓ ରୁଟ ଲାଇନରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଉଭୟ ରୁଟରେ ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବ୍ୟବସ୍ଥା ଏସପିଜି ହାତରେ ରହିଥିବା ବେଳେ ରାଜ୍ୟ ପୋଲିସ କେବଳ ବାହ୍ୟ ସୁରକ୍ଷାରେ ଯୋଗାଇ ଦେବ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details