ଓଡିଶା

odisha

ETV Bharat / city

ଉତ୍କଳ ଦିବସ: ଶୁଭେଚ୍ଛା ବାର୍ତ୍ତା ଦେଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - ଉତ୍କଳ ଦିବସ ୨୦୨୨

ଆଜି ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ଏହି ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ଶୁଭେଚ୍ଛା ବାର୍ତ୍ତା ଦେଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ
ଶୁଭେଚ୍ଛା ବାର୍ତ୍ତା ଦେଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ

By

Published : Apr 1, 2022, 10:05 AM IST

Updated : Apr 1, 2022, 11:51 AM IST

ଭୁବନେଶ୍ବର: ଆଜି ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ,କୋଣାର୍କ ଭଳି ଅନେକ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଏହି ଭୂମିରେ ଭରି ରହିଛି । ଓଡ଼ିଶା ବିଶ୍ବକୁ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଉଛି । ରାଜ୍ୟର ଅଗ୍ରଗତି ପାଇଁ ଶୁଭେଚ୍ଛା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା । ଏଠାରେ ପ୍ରତୀକାତ୍ମକ ମନ୍ଦିର, ଜୀବନ୍ତ ସଂସ୍କୃତି ଏବଂ ଚିତ୍ରକଳା ସ୍ଥାନ ପାଇଁ ରାଜ୍ୟ ପ୍ରସିଦ୍ଧିଲାଭ କରିଛି । ଜାତିର ଅଭିବୃଦ୍ଧିରେ ଓଡିଶାର ପରିଶ୍ରମୀ ଲୋକମାନଙ୍କର ଅତୁଳନୀୟ ଅବଦାନ ଦେଇଛନ୍ତି । ରାଜ୍ୟର ନିରନ୍ତର ଅଭିବୃଦ୍ଧି ପାଇଁ ଶୁଭେଚ୍ଛା ଦେଇଛନ୍ତି ଉପରାଷ୍ଟ୍ରପତି ।

ସେହିପରି ଓଡିଶା ପାଇଁ ଏହି ବଡ ଦିନରେ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ସେ କହିଛନ୍ତି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।

କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଶା ଦିବସ ଅବସରରେ ଓଡିଆ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ପ୍ରଦେଶ ଗଠନର ପୁରୋଧାଙ୍କୁ ମନେପକାଇଲେ ଧର୍ମେନ୍ଦ୍ର । ଓଡିଶାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବାକୁ ପଣ କରିବାକୁ ହେବ କହିଲେ ଧର୍ମେନ୍ଦ୍ର ।

ଉତ୍କଳ ଦିବସ ଶୁଭେଚ୍ଛା

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 1, 2022, 11:51 AM IST

ABOUT THE AUTHOR

...view details