ଓଡିଶା

odisha

ETV Bharat / city

President Elections: ରାଜ୍ୟର ସ୍ଵାର୍ଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ଦୃଷ୍ଟିରେ ରଖି ବିଜେଡି ନେବ ନିଷ୍ପତ୍ତି - President Poll

ରାଷ୍ଟ୍ରପତି ନିର୍ବାଚନ ନେଇ ବାଜି ସାରିଛି ବିଗୁଲ । ଏନେଇ ଭାରତୀୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ ଅବଗଣନା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟର ସ୍ଵାର୍ଥ, ରାଷ୍ଟ୍ରୀୟ ମର୍ଯ୍ୟଦା ଦୃଷ୍ଟିରେ ରଖି ବିଜେଡି ନେବ ନିଷ୍ପତ୍ତି
ରାଜ୍ୟର ସ୍ଵାର୍ଥ, ରାଷ୍ଟ୍ରୀୟ ମର୍ଯ୍ୟଦା ଦୃଷ୍ଟିରେ ରଖି ବିଜେଡି ନେବ ନିଷ୍ପତ୍ତି

By

Published : Jun 10, 2022, 9:00 PM IST

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନେଇ ବାଜି ସାରିଛି ବିଗୁଲ । ଏନେଇ ଭାରତୀୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ ଅବଗଣନା ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ରାଜନୀତିରେ ବଦଳୁଥିବା ଦୃଶ୍ୟପଟ ଯୋଗୁଁ ରାଷ୍ଟ୍ରପତି ନିର୍ବାଚନରେ ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଏହି ଆଞ୍ଚଳିକ ଦଳ ଭିତରେ ବିଜେଡି ଅନ୍ୟତମ ।

ରାଜ୍ୟର ସ୍ଵାର୍ଥ, ରାଷ୍ଟ୍ରୀୟ ମର୍ଯ୍ୟଦା ଦୃଷ୍ଟିରେ ରଖି ବିଜେଡି ନେବ ନିଷ୍ପତ୍ତି

ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବାକୁ ଯାଉଛି । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କଥା କହୁଥିବା ବିଜେଡିର ଆଭିମୁଖ୍ୟ କଣ ହେବ ତାହା ଉପରେ ନଜର ରହିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା । ସେ କହିଛନ୍ତି, "ବିଜେଡି ଗୋଟିଏ ଧାରାରେ ଏପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରି ଆସିଛି । ବିଜେଡି ସଭାପତିଙ୍କ ନିଷ୍ପତ୍ତି ସର୍ବୋପରି । ରାଜ୍ୟର ସ୍ୱାର୍ଥ ଓ ଜାତୀୟ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ନବୀନ ନିଷ୍ପତ୍ତି ନିଅନ୍ତି । ତାହା ଆଗକୁ ମଧ୍ୟ ପ୍ରମାଣିତ ହେବ । ସବୁ କଥା ମୁଖ୍ୟମନ୍ତ୍ରୀଙ୍କ ବିଚାରକୁ ଯିବ । ସମୟ ପାଖେଇ ଆସିଲାଣି । ସଠିକ ସମୟରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।"

ଅନ୍ୟପକ୍ଷରେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଏନଡିଏ ସହଯୋଗୀ ଦଳଙ୍କ ସହ ବିଚାର କରି ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦକୁ ନେଇ ରାଜନୀତି ନ ହେବା ଉଚିତ । ଦେଶର ସର୍ବୋଚ୍ଚ ପଦବୀକୁ ରଜନୀତିରୁ ଉର୍ଦ୍ଧ୍ବରେ ରଖିବାର ଆବଶ୍ୟକତା ରହିଛି । ଗଣତନ୍ତ୍ର ପ୍ରକ୍ରିୟାକୁ ବିଜେଡି ସମ୍ମାନ ଦେଇ ସମର୍ଥନ କରିବ ବୋଲି ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details