ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅବତରଣ କରିଛନ୍ତି ମହାମହିମ। ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ, ଝାଡଖଣ୍ଡ ରାଜ୍ୟପାଳ ଦୌପଦ୍ରୀ ମୁର୍ମୁ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି।
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ - President Kovind arrives in bhubaneswar
ଦୁଇଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି କୋବିନ୍ଦ। ଆସନ୍ତାକାଲି ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିଯିବେ। କ’ଣ ରହିଛି ମହାମହିମଙ୍କ ପୁରା କାର୍ଯ୍ୟକ୍ରମ ପଢନ୍ତୁ...

ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧା ସଳଖ ରାଜ ଭବନ ଆସି ରାତ୍ରୀ ଯାପନ କରିବେ । ଆସନ୍ତା କାଲି ଖୋର୍ଦ୍ଧା ବରୁଣେଇ ପାହାଡ ପାଦଦେଶରେ ପ୍ରତିଷ୍ଠା ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ କରିବେ । ଏଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ପରେ ପୁଣି ହେଲିକେପ୍ଟର ଯୋଗେ ଭୁବନେଶ୍ବର ବିମାନ ବନ୍ଦର ଆସିବେ । ସେଠାରୁ ଉତ୍କଳ ବିଶ୍ବ ବିଦ୍ୟାଳୟକୁ ଯାଇ କିଛି ପ୍ରକଳ୍ପର ଉଦଘାଟନ କରିବା ସହ ବିଶ୍ବ ବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ପ୍ରାୟ 1.30 ସୁଦ୍ଧା ବାହାରି ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ । ପରେ ସଂଧ୍ୟା 5.30 ରେ ନୂଆଦିଲ୍ଲୀ ଫେରିଯିବେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ