ଓଡିଶା

odisha

ETV Bharat / city

75ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ, ଆସିବେ ରାଷ୍ଟ୍ରପତି - ଉତ୍କଳ ବିଶ୍ବବିଦ୍ୟାଳୟ ସମାରୋହ

ଓଡିଶା ଆସିବେ ରାଷ୍ଟ୍ରପତି । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ସମାରୋହେର ଦେବେ ଯୋଗଦାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 24, 2019, 5:01 PM IST

ଭୁବନେଶ୍ବର: ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବରେ ଯୋଗ ଦେବ ରାଷ୍ଟ୍ରପତି । ଡିସେମ୍ବର 8ରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉତ୍କଳ ବିଶ୍ବବିଦ୍ୟାଳୟ 75 ବର୍ଷରେ ପାଦ ଦେଇଛି । ବହୁ ଆଡମ୍ବରରେ ଏହି ଉତ୍ସବକୁ ପାଳନ କରୁଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ । ଭାରତରେ ଓଡିଶାର ବିଶ୍ବବିଦ୍ୟାଳୟର ନାଁ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details