ଓଡିଶା

odisha

ETV Bharat / city

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସୂଚୀରେ ସାମାନ୍ୟ ପରିବର୍ତ୍ତନ - ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି

ଶୁକ୍ରବାର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବର୍ଷା କାରଣରୁ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ଫାଇଲ ଫଟୋ

By

Published : Sep 26, 2019, 6:56 PM IST

Updated : Sep 26, 2019, 9:22 PM IST

ଭୁବନେଶ୍ବର: ସାମାନ୍ୟ ପରିବର୍ତ୍ତନ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । କାଲି ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ବ୍ରହ୍ମପୁର ଯାଇ ସେଠାରେ ରାତ୍ରିଯାପନ କରିବେ । ତେବେ ବର୍ଷା କାରଣରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସୂଚୀରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଯଦି ପାଗ ଠିକ ରୁହେ ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ଗୋପାଳପୁର ଯିବେ । ନଚେତ ରାଜପଥରେ ଯାଇପାରନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହାପରେ 28 ତାରିଖ ଦିନ ନିର୍ଦ୍ଧାରିତ ସୂଚୀ ଅନୁସାରେ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 26, 2019, 9:22 PM IST

ABOUT THE AUTHOR

...view details