ଭୁବନେଶ୍ବର: ପିପିଲି ଓ ଡେଲାଙ୍ଗ ଉପନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିପିଲି ଓ ଡେଲାଙ୍ଗ ବିଧାନସଭା ଆସନକୁ ହାତେଇବାକୁ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ପାଇଁ ବୈଠକ ଆରମ୍ଭ ହୋଇଛି । ଏଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କଂଗ୍ରେସର ତମାମ ବରିଷ୍ଠ ନେତା କଂଗ୍ରେସ ଭବନରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି।
ଏହାସହ ରାଜ୍ୟର ଦୁଇ ଦୁଇଟି ଉପନିର୍ବାଚରେ ବିଫଳତା ପରେ କଂଗ୍ରେସ ମାନସ ମନ୍ଥନ ଆରମ୍ଭ କରିଦେଇଛି। ଏହାସହ ପିପିଲି ଓ ଡେଲାଙ୍କ ଉପନିର୍ବାଚନକୁ ନେଇ ପ୍ରଦେଶ କଂଗ୍ରେସ ନେତା ଓ ପିପିଲି କର୍ମୀଙ୍କ ଅଧୀନରେ ବୈଠକ କରାଯାଉଛି। ବାଲେଶ୍ବର ଓ ତିର୍ତ୍ତୋଲରେ ଉପଯୁକ୍ତ ରଣନୀତି ହୋଇ ନଥିବାରୁ କଂଗ୍ରେସକୁ ହାରିବାକୁ ପଡ଼ିଥିବା ନେଇ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏଥିପାଇଁ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ସମସ୍ତ ପ୍ରକାର କସରତ କରୁଛି।