ଓଡିଶା

odisha

ETV Bharat / city

'ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବ ବିଜୁ ବାବୁଙ୍କ ବାର୍ତ୍ତା' - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ମାର୍ଚ୍ଚ 5 ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ। ଏନେଇ ଦଳୀୟ କାର୍ଯ୍ୟାଳୟରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ବିଜୁ ପଟ୍ଟନାୟକଙ୍କ ସଂଗ୍ରାମ ଓ ସଫଳ କାହାଣୀ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଦଳ ମୁଖ୍ୟ ଲକ୍ଷ୍ୟ ରଖିଛି। ଅଧିକ ଖବର ପଢନ୍ତୁ...

_biju jayanti
'ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବ ବିଜୁ ବାବୁଙ୍କ ବାର୍ତ୍ତା'

By

Published : Feb 8, 2020, 5:59 PM IST

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏନେଇ ଦଳୀୟ କାର୍ଯ୍ୟାଳୟରେ ଦଳର ଯୁବ ଓ ଛାତ୍ର ଜନତା ଦଳ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀକୁ ରାଜ୍ୟର ସମସ୍ତ ଜିଲ୍ଲାରେ ତ୍ଵରାନ୍ଵିତ କରିବା ସହ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଧାର୍ଯ୍ୟ ହୋଇଛି।

ସେପଟେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସବୁ ପଞ୍ଚାୟତରେ ହେବ ପକ୍କା ଘର । ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ସବୁ ପଞ୍ଚାୟତରେ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ମାର୍ଚ୍ଚ ୫ତାରିଖରେ ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବଡ଼ ଘୋଷଣା କରିପାରନ୍ତି ।

'ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବ ବିଜୁ ବାବୁଙ୍କ ବାର୍ତ୍ତା'

ଏହାସହ ସରକାରଙ୍କ ୨୦ ବର୍ଷ ପୂର୍ତ୍ତିର ଉପଲବ୍ଧି ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାସହ ବିଜୁପଟ୍ଟନାୟକଙ୍କ ସଂଗ୍ରାମ ଓ ସଫଳ କାହାଣୀ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଦଳ ଲକ୍ଷ୍ୟ ରଖିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details