ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ବଡ ଆକାରରେ ପାଳନ କରିବ ବିଜେଡି। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ବାଲିଯାତ୍ରା ପଡିଆରେ ସମାରୋହ କରାଯିବ। ଏନେଇ ସୋମବାର ବିଜେଡି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି ।
ଏହି 7 ଦିନ ମଧ୍ୟରେ ମହିଳା, ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ବିଜୁ ବାବୁଙ୍କ ସାହାସିକତା ଓ ଓଡିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ 20 ବର୍ଷର ସଫଳତା କଥା ବି ଲୋକଙ୍କୁ ଜଣାଇବ ବିଜେଡି ।