ଭୁବନେଶ୍ବର:ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ତରତର ହୋଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି । ତେଣୁ ବର୍ତ୍ତମାନ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଦିଆଯିବନି ଟିକା ।
ବର୍ତ୍ତମାନ ଦିଆଯିବନି ଗର୍ଭବତୀଙ୍କୁ ଟିକା, ଅପେକ୍ଷା କରିବାକୁ ନିର୍ଦ୍ଦେଶ - no vaccination to Pregnant women
ରାଜ୍ୟରେ ଏବେ ଦିଆଯିବନି ଗର୍ଭବତୀଙ୍କୁ ଟିକା । ଅପେକ୍ଷା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଅଧିକ ପଢନ୍ତୁ...
ବର୍ତ୍ତମାନ ଦିଆଯିବନି ଗର୍ଭବତୀଙ୍କୁ ଟିକା, ଅପେକ୍ଷା କରିବାକୁ ନିର୍ଦ୍ଦେଶ
ଗର୍ଭବତୀଙ୍କୁ ଟିକା ଦେବା ନେଇ କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଥିଲା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖୁବଶୀଘ୍ର ଏକ ବୈଠକର ଆୟୋଜନ କରିବ। ଏହାସହ ରାଜ୍ୟ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ। ତେଣୁ ଏବେ ନନେଇ ଆଉ କିଛି ଦିନ ଅପେକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Jul 3, 2021, 8:00 PM IST