ଓଡିଶା

odisha

By

Published : Sep 22, 2020, 7:33 PM IST

ETV Bharat / city

‘ହୋମ ଆଇସୋଲେସନରେ ରହିପାରିବେ ଗର୍ଭବତୀ କୋରୋନା ଆକ୍ରାନ୍ତ’

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ଗର୍ଭବତୀଙ୍କୁ ସବୁଠୁ ଅଧିକ ସତର୍କତାର ଆଶ୍ୟକତା ରହିଛି । ଗର୍ଭବତୀ ମହିଳା ଆକ୍ରାନ୍ତ ହେଲେ ହୋମ ଆଇସଲେସନ ରହିପାରିବେ, ଏହି ସମୟରେ ମା କୁ ଦୁଇ ଗୁଣ ସତର୍କ ରହିବାକୁ ପଡିବ। ଅଧିକ ପଢନ୍ତୁ...

ଗର୍ଭବତୀ ମହିଳା ଆକ୍ରାନ୍ତ ହେଲେ ହୋମ ଆଇସଲେସନ ରହିପାରିବେ, ଦୁଇ ଗୁଣ ସତର୍କ ରହିବାକୁ ପଡିବ
ଗର୍ଭବତୀ ମହିଳା ଆକ୍ରାନ୍ତ ହେଲେ ହୋମ ଆଇସଲେସନ ରହିପାରିବେ, ଦୁଇ ଗୁଣ ସତର୍କ ରହିବାକୁ ପଡିବ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ଗର୍ଭବତୀଙ୍କୁ ସବୁଠୁ ଅଧିକ ସତର୍କତାର ଆବଶ୍ୟକତା ରହିଛି । ଗର୍ଭବତୀ ଆକ୍ରାନ୍ତ ହେଲେ ହୋମ ଆଇସଲେସନ ରହିପାରିବେ, ଏହି ସମୟରେ ମା କୁ ଦୁଇ ଗୁଣ ସତର୍କ ରହିବାକୁ ପଡିବ। ଏ ନେଇ ରାଜ୍ୟ ସରକାରଙ୍କ କୋରୋନା ସମ୍ପର୍କିତ ପ୍ରେସମିଟରେ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି ।

ଗର୍ଭବତୀ ମହିଳା ଆକ୍ରାନ୍ତ ହେଲେ ହୋମ ଆଇସଲେସନ ରହିପାରିବେ, ଦୁଇ ଗୁଣ ସତର୍କ ରହିବାକୁ ପଡିବ

କୋରୋନା ମହାମାରୀ ସମୟରେ ଯଦି ଜଣେ ଗର୍ଭବତୀକୁ ପଜିଟିଭ ହୋଇଥାଏ ତେବେ ସେ ସମ୍ପୂର୍ଣ୍ଣ ଭାବରେ ସମସ୍ତଙ୍କ ଠାରୁ ଅଲଗା ରହିବେ ସବୁବେଳେ ପରିଷ୍କାର ରହିବା ସହ ସୁଷମ ଖାଦ୍ୟ ଖାଇବା ଆବଶ୍ୟକତା ରହିଛି । ସେ ଘରେ ହୋମ ଆଇସଲେସନ ରହିପାରିବେ ଏବଂ ପରିବାର ଲୋକଙ୍କ ଠାରୁ ଦୂରେଇକି ରହିବା ଆବଶ୍ୟକ ଅଟେ। ଯଦି ଛୁଆ ପଜିଟିଭ କିନ୍ତୁ ମାଆ ଗର୍ଭବତୀ ଅଛନ୍ତି ତେବେ ଛୁଆ ଦୂରରେ ରହିବ । ଛୁଆର ସେବା କରିବା ପାଇଁ ବାପା ଜେଜେବାପା ହେଲେ ଘରର କୌଣସି ସଦସ୍ୟ ରହିବା ଆବଶ୍ୟକ। କେବେହେଲେ ମାଆ ଛୁଆ ପାଖକୁ ଯିବେ ନାହିଁ। ଗର୍ଭବତୀ ମହିଳା ହୋମ ଆଇସଲେସନରେ ରହିପାରିବେ। ଘରେ ରହିବା ଅବସ୍ଥାରେ ପରିବାର ଲୋକ ତାଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଗର୍ଭବତୀ ମହିଳା ଯଦି ଶେଷ 3 ମାସରେ ଥାଏ ତେବେ ତାଙ୍କ ପ୍ରତି ବିଶେଷ ସତର୍କତା ରହିବା ଆବଶ୍ୟକ।

କୋରୋନା ସମୟରେ ଅନେକ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ପାଇଁ ଡରିଥାନ୍ତି। କାରଣ କୋରୋନା ଏକ ପ୍ରକାରର ଭୟ ସୃଷ୍ଟି କରିଛି। ତେବେ ସମସ୍ତ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ଥିବା ଗର୍ଭବତୀ ମହିଳା ଅଲଗା ୱାର୍ଡରେ ଚିକିତ୍ସା ହୋଇଥାନ୍ତି ଓ ଅଲଗା ଡାକ୍ତର ଚିକିତ୍ସା କରିଥାନ୍ତି। ସାଧାରଣ ସୁସ୍ଥ ଗର୍ଭବତୀଙ୍କୁ ଅଲଗା ୱାର୍ଡ ଏବଂ ଅଲଗା ଡାକ୍ତର ଚିକିତ୍ସା କରିଥାନ୍ତି। ତେବେ ଗର୍ଭବତୀ ମହିଳା ଭୟ ନକରି ହସ୍ପିଟାଲକୁ ଯାଇ ଠିକ ସମୟରେ ଚିକତ୍ସା କରିବା ଆବଶ୍ୟକ। ଯଦି ମାକୁ ପଜିଟିଭ ହେଉଛି ତେବେ ଶିଶୁକୁ ପଜିଟିଭ ହେବାର ବହୁତ କମ ସୁଯୋଗ । ଛୁଆ ଟି ଜନ୍ମ ହେଲା ପରେ ସଂକ୍ରମିତ ମଧ୍ୟ ହୋଇପାରେ। ମାଆ ଛୁଆ ଠାରୁ ଅଲଗା ରହିବା ଉଚିତ ହେବ ନାହିଁ। ମା ନେଗେଟିଭ ଶିଶୁ ପଜିଟିଭ ଆସୁଛି ହେଲେ ମାଆ କୁ କେତେ ଗୁଡ଼ିଏ ସତର୍କତା ଅବଲମ୍ବନ ମାନିବାକୁ ପଡିବ। ଏହି ସମୟରେ ମା କୁ ଦୁଇ ଗୁଣ ଅଧିକ ସତର୍କ ରହିବାକୁ ପଡିବ।ଯଦି ଛୁଆ ଟି କୌଣସି କାରଣରୁ ସଂକ୍ରମିତ ହେଲା ତେବେ ତାକୁ କେବେହେଲେ ମାସ୍କ ପିନ୍ଧାଇବେ ନାହିଁ। ଏହା ଦ୍ବାରା ଅକ୍ସିଜେନ ଅଭାବ ହେବ ଛୁଆର ମୃତ୍ୟୁର ସମ୍ଭାବନା ବି ରହିଥାଏ। ପ୍ରଥମ 3 ମାସ ଓ ଶେଷ 3 ମାସ ହେଉଛି ଗର୍ଭବତୀ ମହିଳାଙ୍କ ପ୍ରତି ଗୁରୁତ୍ବପୂର୍ଣ୍ଣ ରହିବ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details