ଓଡିଶା

odisha

ETV Bharat / city

ଅମ୍ଫାନ ପ୍ରଳୟରେ ଅଗ୍ନିଶମ ଗାଡିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ଆସନ୍ନ ପ୍ରସବା - amphan

ନିଜ ଜୀବନକୁ ବାଜି ଲଗାଇ ଜୀବନ ରକ୍ଷାରେ ସଙ୍କଟମୋଚକ ସାଜିଛନ୍ତି ଅଗ୍ନିଶମ କେନ୍ଦ୍ରର କର୍ମଚାରୀ । ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ଯନ୍ତ୍ରଣାରୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ..

pregnant-lady-resqued-by-janhara-fire-station-team-at-kendrapara
pregnant-lady-resqued-by-janhara-fire-station-team-at-kendrapara

By

Published : May 20, 2020, 12:32 PM IST

ଭୁବନେଶ୍ବର: ବିପଦ ବେଳେ ସାହା ହେଲେ ଅଗ୍ନିଶମ ବିଭାଗର କର୍ମଚାରୀ। ବାତ୍ୟା ଅମ୍ଫାନର ପ୍ରଳୟ ପୂର୍ବରୁ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ରାସ୍ତାରେ ଗଛ ପଡି ଅବରୋଧ ସତ୍ବେ ହସ୍ପିଟାଲରେ ପହଁଚାଇଛନ୍ତି ଜନହରା ଅଗ୍ନିଶମ କେନ୍ଦ୍ରର କର୍ମଚାରୀ । କିନ୍ତୁ ମହିଳା ଜଣଙ୍କ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ଗାଡିରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ଅମ୍ଫାନ ପ୍ରଳୟରେ ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ମହାକାଳପଡା ବ୍ଲକର ଜନହରା ଗ୍ରାମର ଗର୍ଭବତୀ ମହିଳା ଜାନକୀ ସେଠୀକୁ ୩ କିମି ରାସ୍ତା ପାର କରାଇ ସିଏଚସି ମହାକାଳପଡା ହସ୍ପିଟାଲରେ ଭର୍ତି କରାଇଥିଲେ ଅଗ୍ନିଶମ କର୍ମଚାରୀ । ଉଭୟ ମା’ ଓ ଶିଶୁ ଏବେ ବିପଦ ମୁକ୍ତ ରହିଛନ୍ତି। ଏପରି ମହାବିପତ୍ତି ସମୟରେ ଅଗ୍ନିଶମ ବାହିନୀର ଏହି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ତାପସ ପରିଡ଼ା ଓ କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details