ଭୁବନେଶ୍ବର: ଏତେ ନିଷ୍ଠୁର ହୋଇପାରେ ମଣିଷ । ଗର୍ଭବତୀ କୁକୁରକୁ ବି ଛାଡିଲାନି । ମଣିଷ ପରି ସେ କଥା କହିପାରୁନି ସତ । ହେଲେ ଏହାର କାଉଁ କାଉଁ ଶବ୍ଦ ବଖାଣୁଛି ଯନ୍ତ୍ରଣା ଆଉ ବେଦନା । ମଣିଷ ପରି ସହି ନପାରି ଚିତ୍କାର କରୁଛି । ନିର୍ଦ୍ଦୟୀ ମଣିଷ ହିଁ ତାହା ସହ କରିଛି ଏପରି କାମ ।
ମରିଯାଇଛି ମାନବିକତା: ନିଷ୍ଠୁର ମଣିଷ ମାଡରେ ଗର୍ଭବତୀ କୁକୁର ମୃତ ମରିଯାଇଛି ମାନବିକତା: ନିଷ୍ଠୁର ମଣିଷ ମାଡରେ ଗର୍ଭବତୀ କୁକୁର ମୃତ ଗତ ଏପ୍ରିଲ ୨୧ରେ ଭୁବନେଶ୍ବରର ସାମନ୍ତରାପୁର ଅଞ୍ଚଳର ଶ୍ରୀରାମନଗରରେ ଘଟିଥିଲା ଘଟଣା । ଜଣେ ମହିଳା ଗୋଟିଏ କୁକୁରକୁ ମାଡ ମାରି ଲହୁଲୁହାଣ କରିଥିଲେ । ଯିଏକି ସେତେବେଳେ ଥିଲା ଗର୍ଭବତୀ । ତେବେ ଏହି କୁକୁରଟି ମଙ୍ଗଳବାର ପ୍ରାଣ ହରାଇଛି । ଏହାସହ ସେ ଜନ୍ମ ଦେଇଥିବା ଛୁଆ ବି ପେଟ ଭିତରେ ଜୀବନ ହାରିଛି । ଆଉ ଗୋଟିଏ ଛୁଆ ଜୀବନ ସହ ସଂଗ୍ରାମ କରୁଛି ।
ତେବେ ନିରୀହ ଜୀବଟିକୁ କଷ୍ଟ ଦେବାକୁ ମଣିଷକୁ କିଏ ଦେଲା ଅଧିକାର ? କାହିଁକି ଏ ମଣିଷ ତାହା ପ୍ରତି କଲା ଅତ୍ୟାଚାର ? ନିରୀହ ଜୀବଟି ବୋଲି କଣ ତାର ସମାଜରେ ଏହି ଅଧିକାର ? ଏପରି ଅନେକ ପ୍ରଶ୍ନ ପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଦେଇଛି ।
ତେବେ ଏନେଇ ଲିଙ୍ଗରାଜ ଥାନାରେ ଶ୍ରୀବିହାରର ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ଏଡବ୍ଲୁଟିଇର ଅଧ୍ୟକ୍ଷା ପୁରବି ପାତ୍ର । ସେପଟେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ କୁକୁର ମୁଣ୍ଡକୁ ପିଟି ହତ୍ୟା ଅଭିଯୋଗରେ ଜଣେ ଯୁବକକୁ ନୋଟିସ କରି ଛାଡିଛି କମିସନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ