ଓଡିଶା

odisha

ETV Bharat / city

‘ଗର୍ଭବତୀ ଓ ବୟସ୍କ ସତର୍କ ରହିଲେ ପାଖ ମାଡିବନି କୋରୋନା' - Precautions will protect pregnant and elderly to stay away from covid19

ମହାମାରୀ କୋରୋନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି କିନ୍ତୁି ଏହି ରୋଗରୁ ଗର୍ଭବତୀ ଓ ବୟସ୍କ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ । ଗୁରୁତରେ ହେଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ କୋଭିଡ ହସପିଟାଲରେ ଭର୍ତ୍ତି କରାଯିବା ଅବଶ୍ୟକତା ରହିଛି । ଅଧିକ ପଢନ୍ତୁ...

' କୋରୋନା ଠାରୁ ଦୂରେଇ ରହିବା ପାଇଁ ଗର୍ଭବତୀ ଓ ବୟସ୍କଙ୍କୁ ସତର୍କତା ହିଁ ସୁରକ୍ଷିତ ରଖିବ'
' କୋରୋନା ଠାରୁ ଦୂରେଇ ରହିବା ପାଇଁ ଗର୍ଭବତୀ ଓ ବୟସ୍କଙ୍କୁ ସତର୍କତା ହିଁ ସୁରକ୍ଷିତ ରଖିବ'

By

Published : Sep 20, 2020, 8:37 PM IST

ଭୁବନେଶ୍ବର: କୋରୋନା ମହାମାରୀର କାୟା ଭୟଙ୍କର ଭାବରେ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ କୌଣସି ବୟସ ନଦେଖି ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି। କିଭଳି କରୋନା ଠାରୁ ଦୂରେଇ ରହିବେ ଗର୍ଭବତୀ ମହିଳା। ଏ ନେଇ ରାଜ୍ୟ ସରକାରଙ୍କ କୋଭିଡ ପ୍ରେସମିଟରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ. ଅଜିତ କୁମାର ମହାନ୍ତି ଅଧିକ ସୂଚନା ଦେଇଛନ୍ତି ।

' କୋରୋନା ଠାରୁ ଦୂରେଇ ରହିବା ପାଇଁ ଗର୍ଭବତୀ ଓ ବୟସ୍କଙ୍କୁ ସତର୍କତା ହିଁ ସୁରକ୍ଷିତ ରଖିବ'

କୋରୋନା ମହାମାରୀ ଠାରୁ ଗର୍ଭବତୀ ମହିଳାମାନେ ଦୂରେଇ ରହିବା ପାଇଁ ହେଲେ ହୋମ ଆଇସଲେସନ ଗାଇଡଲାଇନ ପାଳନ କଲେ ସୁରକ୍ଷିତ ରହିପାରିବେ। ବିଭିନ୍ନ ପ୍ରକାରର ଲକ୍ଷଣ, ଜର, ନିଶ୍ବାସ ପ୍ରଶ୍ଵାସରେ ଅସୁବିଧା ହେବା ପରି ଲକ୍ଷଣ ଦେଖାଯାଇଥାଏ। ସାଧାରଣ ଭାବରେ ଘରେ ଯଦି କୌଣସି ବୟସ୍କ ଲୋକ ହେଉ ଅବା ଗର୍ଭବତୀ ମହିଳା ହୁଅନ୍ତୁ ଘରେ ରହିଛନ୍ତି ତେବେ ହୋମ ଆଇସଲେସନରେ ରହିଥିବା ବ୍ୟକ୍ତି ସାଧାରଣ ଭାବରେ ସତର୍କ ତା ଅବଲମ୍ବନ କରିବାକୁ ପଡିବ। ଘର ସଦସ୍ୟ ମଧ୍ୟ ସତର୍କତାର ସହ ରହିବେ। ଯାହା ଫଳରେ କି ଯେଭଳି ଭାବରେ ଗର୍ଭବତୀ ମହିଳାଙ୍କ ଉପରେ କୌଣସି ପ୍ରଭାବ ନପଡ଼େ। କୋରୋନା ମହାମାରୀ ସାଧାରଣ ଭାବରେ 60 ବର୍ଷର ଅଧିକ 10 ବର୍ଷରୁ କମ ବୟସର ଲୋକମାନେ ସର୍ତକତା ଭାବରେ ରହିବେ।

ଗର୍ଭବତୀ ଓ ବୟସ୍କ ଲୋକମାନେ ଭଲ ଭାବରେ ହୋମ ଆଇସଲେସନ ପାଳନ କରାଯିବ ଆବଶ୍ୟକ କିନ୍ତୁ ଯଦି ଗୁରୁତର ଥିବେ ଗର୍ଭବତୀ ମହିଳା ତେବେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ରହିଛି। ପ୍ରସୂତି ମହିଳା କୋରୋନାରେ ପଜିଟିଭ ହୋଇଥାନ୍ତି ସେ ସବୁବେଳେ ମାସ୍କ ବ୍ୟବହାର କରି ନିଜକୁ ସବୁବେଳେ ସଂକ୍ରମଣ ଠାରୁ ଦୂରେଇ ରହିବା ଆବଶ୍ୟକ। କୋଭିଡ ହସ୍ପିଟାଲରେ ଅନେକ ସମୟରେ ଦେଖାଯାଇଛି ଗର୍ଭବତୀ ମହିଳାଙ୍କର ଉଭୟ ମାଆ ଓ ପିଲାଙ୍କ ଉପରେ ନଜର ରହିଥାଏ । ଯେଉଁ ମାନେ ପଜିଟିଭ ଥିବେ ନିକଟସ୍ଥ କୋଭିଡ ହସ୍ପିଟାଲରେ ଚିକିତ୍ସା ଯଥାଶୀଘ୍ର କରାଯାଉଛି। କୋଭିଡ ହେଇଥିବେ ତେବେ ଗର୍ଭବତୀ ମହିଳା କିଭଳି ଚିକିତ୍ସା କରାଯିବ ସେନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କରାଯିବା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details