ଓଡିଶା

odisha

ETV Bharat / city

ମୟୂରଭଞ୍ଜକୁ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥା ଲାଗି ଦାବି - ହରଦୀପ ସିଂ ପୁରୀ

ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର) ବିମାନବନ୍ଦରରେ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରିବା ଲାଗି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

ବେସାମରିକ ବିମାନ ଚଳାଚଳ
ବେସାମରିକ ବିମାନ ଚଳାଚଳ

By

Published : Feb 25, 2021, 7:51 AM IST

ଭୁବନେଶ୍ବର: ଭାରତୀୟ ବାୟୁସେନା ଅଧୀନରେ ଥିବା ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର) ବିମାନବନ୍ଦରରେ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରିବା ଲାଗି ଦାବି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଉକ୍ତ ବିମାନବନ୍ଦରଟି ଉଡାନ ଯୋଜନାରେ ସାମିଲ ହୋଇଥିବା ନେଇ 12 ସେପ୍ଟେମ୍ବର 2019ରେ ଜଣାଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଉଡାନ ଯୋଜନାରେ ସାମିଲ ହୋଇଥିଲେ ବି ବିମାନବନ୍ଦରରୁ ବିମାନ ଚଳାଚଳ କରିବା ପାଇଁ କୌଣସି ଅପରେଟର ଅନେକ ରାଉଣ୍ଡ ବିଡ଼ରେ ଆଗେଇ ନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବଦୋୟକୁ ସଫଳ କରିବାକୁ ବ୍ୟବସ୍ଥା କରିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରତାପ ।

ପୂର୍ବ ଭାରତର ଅର୍ଥନୈତିକ ଅବିବୃଦ୍ଧି ସାଙ୍ଗକୁ ଉତ୍ତର ଓଡିଶାର ବିକାଶ ଲାଗି ଏହି ବିମାନବନ୍ଦରର ଗୁରୁତ୍ବ ରହିଛି । ଉତ୍ତର ଓଡିଶା ସହ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାର ବାୟୁ ସଂଯୋଗର ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହି ଅଞ୍ଚଳ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ପର୍ଯ୍ୟଟନ ଏବଂ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧି ହୋଇପାରିବ ବୋଲି ପ୍ରତାପ କହିଛନ୍ତି । ଭାରତୀୟ ବାୟୁସେନା ପରିଚାଳିତ ବିମାନ ବନ୍ଦରରେ ଥିବା ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକ ବର୍ତ୍ତମାନ ମଧ୍ୟ ବହୁତ ଭଲ ଅବସ୍ଥାରେ ଅଛି । ଯାହା ଦୀର୍ଘ ଦିନ ଧରି ଜନସାଧାରଣଙ୍କ ଚାହିଦା ପୂରଣ କରିବା ପାଇଁ ଉକ୍ତ ବିମାନବନ୍ଦରକୁ ସାଧାରଣ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରିବାରେ ଉପଯୋଗୀ ହୋଇପାରିବ ବୋଲି ସେ ଜଣାଇଛନ୍ତି ।

ତେଣୁ ଅମରଦା ରୋଡ୍ (ରାସଗୋବିନ୍ଦପୁର)ର ପ୍ରସ୍ତାବିତ ବିମାନବନ୍ଦରରୁ ଅପରେସନ୍ ପାଇଁ ଟେଣ୍ଡର କରିବାକୁ ଏୟାର ଅପରେଟରଙ୍କ ଉପରେ ପ୍ରଭାବ ପକାଇ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରତାପ । ଭବିଷ୍ୟତରେ ଏହି ବିମାନବନ୍ଦରରେ ବାୟୁ ଟ୍ରାଫିକ୍ ଅଭିବୃଦ୍ଧି ହେବା ସହ ବ୍ୟବସାୟିକ ସଫଳତା ମିଳିପାରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details