ଓଡିଶା

odisha

ETV Bharat / city

ଦେଶ ପରେ ବିଦେଶ, ସବୁଆଡେ ସୁପରହିଟ୍‌ ‘ପ୍ରତାପ ନନା’

ଓଡିଶାର ମୋଦି ଭାବରେ ପରିଚିତ ପ୍ରତାପଙ୍କ ଲୋକପ୍ରିୟତା ଏବେ ଗଳିକନ୍ଦିରୁ ଆରମ୍ଭ ହୋଇ ବିଦେଶରେ ପହଞ୍ଚିଲାଣି । ଅତ୍ୟନ୍ତ ସାଧାରଣ ଭାବରେ ଜୀବନଯାପନ କରୁଥିବା ଏହି ଗରିବ ସାଂସଦ ଏବେ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

By

Published : Jun 1, 2019, 2:52 PM IST

ଫାଇଲ ଫଟୋ

ଭୁବନେଶ୍ବର: ବେଶଭୂଷାରେ ରାଜନେତା କମ୍‌ ସନ୍ଥ ଅଧିକ ଲାଗନ୍ତି ବାଲେଶ୍ବରର ବିଜୟୀ ସାଂସଦ ପ୍ରତାପ ଷଡଙ୍ଗୀ । ଓଡିଶାର ମୋଦି ଭାବରେ ପରିଚିତ ‘ପ୍ରତାପ ନନା’ ଏବେ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ତାଙ୍କ ଲୋକପ୍ରିୟତା ଏବେ ଗଳିକନ୍ଦିରୁ ଆରମ୍ଭ ହୋଇ ବିଦେଶରେ ପହଞ୍ଚିଲାଣି । ଅତ୍ୟନ୍ତ ସାଧାରଣ ଭାବରେ ଜୀବନଯାପନ କରୁଥିବା ଏହି ଗରିବ ସାଂସଦ ଏବେ ବିଦେଶୀ ଗଣମାଧ୍ୟମର ହେଡଲାଇନ ସାଜିଛନ୍ତି ।ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି (BBC)ରେ ପ୍ରତାପଙ୍କୁ ନେଇ ଆଲେଖ୍ୟ ପ୍ରକାଶ ପାଇଛି ।

64 ବର୍ଷିୟ ପ୍ରତାପଙ୍କ ଜୀବନର ଝଲକ ଏବେ ପ୍ରତ୍ୟକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଗାମୁଛା ପିନ୍ଧି ଘର ବାହାର ନଳକୂପରେ ଗାଧୋଇବା ହେଉ ଅବା ସାଇକଲ ଏବଂ ରିକ୍ସାରେ ନିର୍ବାଚନ ପ୍ରଚାର କରିବା, ତାଙ୍କର ଏହି ଜୀବନଯାପନର ଶୈଳୀ ସମସ୍ତଙ୍କୁ ଖୁବ୍‌ ଆକୃଷ୍ଟ କରିଛି । ସେ ଓଡିଶାରେ ବଜରଙ୍ଗ ଦଳର ଅଧ୍ୟକ୍ଷ ଥିଲେ ଏବଂ ଆରଏସଏସ ସହ ଦୀର୍ଘ ସମୟରୁ ଜଡିତ ଥିଲେ । ତେବେ ପ୍ରତାପଙ୍କ ବିରୋଧରେ କେତେକ ଅପରାଧୀକ ମାମଲା ମଧ୍ୟ ରୁଜୁ ହୋଇଛି । କିନ୍ତୁ ସେ କୌଣସି ମାମଲାରେ ଏବେ ସୁଦ୍ଧା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

ଗୁରୁବାର ସନ୍ଧ୍ୟା ଠିକ୍‌ 8 ଟା 50 ସମୟରେ ମୋଦି 2.0ରେ ପ୍ରତାପ ଶପଥ ପାଠ କରିଥିଲେ । ଏହି ସମୟରେ ଉତ୍ସୋବ ମୁଖର ହୋଇଉଠିଥିଲା ପୂରା ବାଲେଶ୍ବର ସହର । ନୀଳଗିରିରୁ 2004ରେ ସ୍ବାଧୀନ ଏବଂ 2009ରେ ବିଜେପିରୁ ଲଢି ଦୁଇ ଥର ବିଧାୟକ ହୋଇଥିଲେ ପ୍ରତାପ । କିନ୍ତୁ 2014 ନିର୍ବାଚନରେ ସାଂସଦ ଭାବେ ଲଢି ପରିଜିତ ହୋଇଥିଲେ । ଆଉ ଚଳିତଥର ମଧ୍ୟ ନିର୍ବାଚନ ଜିତିବା ତାଙ୍କ ପାଇଁ ସହଜ ନଥିଲା ।

ନିର୍ବାଚନ ମୈଦାନରେ ତାଙ୍କ ସାମ୍ନାରେ ଥିଲେ ଦୁଇ ଦୁଇଟି କୋଟିପତି ପ୍ରାର୍ଥୀ । ଗୋଟିଏ ପଟେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ନିରଞ୍ଜନ ପଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବଂ ଅନ୍ୟପଟେ ବିଜେଡିର ରବିନ୍ଦ୍ର ଜେନା । କିନ୍ତୁ ପ୍ରତାପଙ୍କ ସରଳତା ଆଗରେ ଫିକା ପଡିଯାଇଥିଲେ ଏହି କୋଟିପତି ମାନେ ।

ତାଙ୍କ ଜୀବନଶୈଳୀ ଦେଖି ତାଙ୍କୁ ଓଡିଶାର ମୋଦି ବୋଲି କୁହାଯାଉଛି । ତେବେ ମନ୍ତ୍ରୀ ହେବା ପରେ ମଧ୍ୟ ସେ ପୂର୍ବଭଳି ରହିବେ ନା ବଦଳିଯିବେ ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।

For All Latest Updates

ABOUT THE AUTHOR

...view details