ଭୁବନେଶ୍ବର: ୬୬ଟି ମେଗା ଓ୍ଵାଟର ପ୍ରୋଜେକ୍ଟ ଓ 6000 ପାଇପ୍ ପାଇପ ଓ୍ଵାଟର କାର୍ଯ୍ୟ ରାଜ୍ୟରେ ଚାଲୁଛି । କୋରୋନା କଟକଣା ଯୋଗୁଁ ଗତ 2ମାସରୁ ଏ ସବୁ କାମ ବନ୍ଦ ଥିଲା । ଏବେ ଏହି ସବୁ କାମ ଆରମ୍ଭ କରାଯିବ ବୋଲି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ 20ହଜାର କୋଟି ଖର୍ଚ୍ଚ କରାଯିବ ।
ଯେଉଁଠି ପାନୀୟ ଜଳ ସୁବିଧା ନାହିଁ, ନୂଆ ଯୋଜନା ଦ୍ବାରା କିପରି ପାନୀୟ ଜଳ ମିଳିପାରିବ, ସେ ନେଇ ଆଜି ଆଲୋଚନା ହୋଇଛି । ଏଥି ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛୁ । ଏହାସହ ବନ୍ଦ ଥିବା ୨୦ହଜାର କୋଟି ଟଙ୍କାର କାମ ଆରମ୍ଭ କରି ତ୍ବାରାନ୍ବିତ କରି ଘରେ ଘରେ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।