ଭୁବନେଶ୍ବର: ରାଜ୍ୟସଭା ସଦସ୍ୟ ପଦରୁ ପ୍ରତାପ କେଶରୀ ଦେବଙ୍କ ଇସ୍ତଫା । ଆଳି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଆଜି(ସୋମବାର) ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ସେ 2017 ମସିହା ମେ ମାସରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ସାଧାରଣ ନିର୍ବାଚନରେ ସେ ଆଳି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ବିଜୟ ଲାଭ କରିଥିଲେ ।
ରାଜ୍ୟସଭାରୁ ପ୍ରତାପ ଦେବଙ୍କ ଇସ୍ତଫା - resign
ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରତାପ କେଶରୀ ଦେବ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି ।
ଫାଇଲ ଫଟୋ
ସୂଚନା ଥାଉକି, ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ବିଧାୟକ ଭାବେ ନିର୍ବାଚିତ ହେବାପରେ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ