ଓଡିଶା

odisha

ETV Bharat / city

ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ - ଦ୍ବିତୀୟ ରୟାଲ ଷ୍ଟାଗ୍ ଓଡିଶା ମ୍ୟୁଜିକ୍ ଆଓ୍ବାର୍ଡ ୨୦୨୨

ଦ୍ବିତୀୟ ରୟାଲ ଷ୍ଟାଗ୍ ଓଡିଶା ମ୍ୟୁଜିକ୍ ଆଓ୍ବାର୍ଡ ୨୦୨୨ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଉତ୍କଳ ଉତ୍କଳମଣ୍ଡପ । ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ ହେଲେ ପ୍ରଣବ ପଟ୍ଟନାୟକ । ଅଧିକ ପଢନ୍ତୁ

ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ ହେଲେ ପ୍ରଣବ ପଟ୍ଟନାୟକ
ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ ହେଲେ ପ୍ରଣବ ପଟ୍ଟନାୟକ

By

Published : Apr 18, 2022, 10:34 AM IST

ଭୁବନେଶ୍ବର: ଦ୍ବିତୀୟ ରୟାଲ ଷ୍ଟାଗ୍ ଓଡିଶା ମ୍ୟୁଜିକ୍ ଆଓ୍ବାର୍ଡ ୨୦୨୨ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଉତ୍କଳ ଉତ୍କଳମଣ୍ଡପ । ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ ହେଲେ ପ୍ରଣବ ପଟ୍ଟନାୟକ । ନୂଆପୁରୁଣା ସଙ୍ଗୀତ ସହିତ ଓଡିଆ ସିନେ ଜଗତର ଆଗଧାଡିର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତରେ କମ୍ପି ଉଠିଲା ରାଜଧାନୀର ମୁକ୍ତାକାଶ ରଙ୍ଗମଞ୍ଚ ।

ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ ହେଲେ ପ୍ରଣବ ପଟ୍ଟନାୟକ

ପରଦା ଉପରେ ଦେଖୁଥିବା କାଳାକାରଙ୍କୁ ପାଖରେ ପାଇ ମତୁଆଲା ହୋଇ ପଡିଥିଲେ ଦର୍ଶକ । ରବିବାର ସଂନ୍ଧ୍ୟାରେ ବ୍ରାଇଟ ଓଡିଶା ଫାଉଣ୍ଡେସନ ପକ୍ଷରୁ ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଦ୍ବିତୀୟ ‘ରୟାଲ ଷ୍ଟାଗ ଓଡିଶା ମ୍ୟୁଜିକ ଆଓ୍ବାର୍ଡ ଉତ୍ସବରେ ମୁଖ୍ୟ ଅତିଥି ଓଡିଶା ଷ୍ଟେଟ ହାଉସିଙ୍ଗ ବୋର୍ଡ କର୍ପୋରେସନର ଚେୟାରମ୍ୟାନ ପ୍ରିୟଦର୍ଶି ମିଶ୍ର ସମ୍ମାନିତ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟାତି ପ୍ରକାଶ ପାଣିଗ୍ରହୀ, ସାଂସଦ ଅନୁଭବ ମହାନ୍ତି ,ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଙ୍ଗୀତ କ୍ଷେତ୍ରରେ ନିଜର ଉର୍ତ୍ସଗୀକୃତ ଅବଦାନ ପାଇଁ ବର୍ଷିଆନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଜୀବନ ବ୍ୟାପି ସାଧନା ସମ୍ମାନ’( ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ) ସମାନରେ ସମ୍ମାନିତ କରିଥିଲେ ।

ବର୍ଷିଆନ ସିନେ ପ୍ରଯୋଜକ ସଞ୍ଜୟ ନାୟକ ପୌରହିତ୍ୟରେ ଓଡିଶା ସିନେମା ଜଗତର ବହୁ କଳାକାରଙ୍କ ଉପସ୍ଥିତିରେ ଏକ ବର୍ଣ୍ଣ୍ୟଢ୍ୟ ଓଡିଶା ସଙ୍ଗୀତ ସାଧନା କ୍ଷେତ୍ରରେ ନିଜର ସର୍ବଶ୍ରେଷ୍ଠ ଅବଦାନ ପାଇଁ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ଗଠିତ ଜୁରି କମିଟିକଙ୍କ ଅନୁମୋଦନରେ ବେଷ୍ଟ ମ୍ୟୁଜିକ ଡାଇରେକ୍ଟର ଭାବେ ଅଭିଜିତ ମଜୁମଦାରଙ୍କୁ ସମ୍ମାନିତ କରାଯାଇଥିଲା ।

ବେଷ୍ଟ ଲିରିସିଷ୍ଟ କ୍ୟାଟୋଗୋରି ପାଇଁ ବସନ୍ତ ରାଜ ସାମଲ,ବେଷ୍ଟ ପ୍ଲେବ୍ୟାକ ସିଙ୍ଗର (ମେଲ୍‌) ସ୍ବଂୟମ ପ୍ରକାଶ ପାଢୀ, ବେଷ୍ଟ ପ୍ଲେବ୍ୟାକ୍ ସୀଙ୍ଗର (ଫିମେଲ) ଅନ୍ତରା ଚକ୍ରବର୍ତ୍ତୀ, ବେଷ୍ଟ ମ୍ୟୁଜିକ ଆରେଞ୍ଜର ପ୍ରଫୁଲ୍ଲ ବେହେରା, ବେଷ୍ଟ ଏଣ୍ଟରଟେନିଙ୍ଗ ସିଙ୍ଗର ତାରକ ଅଜିଜ୍ , ବେଷ୍ଟ ପ୍ରମୋଜିଙ୍ଗ ସିଙ୍ଗର ସସ୍ମିତା ମହାପାତ୍ର, ବେଷ୍ଟ ଭର୍ସାଟାଇଲ୍ ସିଙ୍ଗର ସତ୍ୟଜିତ ପ୍ରଧାନ, ପପୁଲାର ସିଙ୍ଗର ( ଫିମେଲ୍‌) ଅର୍ପିତା ଚୌଧୁରୀ, ପପୁଲାର ସିଙ୍ଗର (ମେଲ୍‌) ଆସୁତୋଷ ମହାନ୍ତି, ବେଷ୍ଟ ଆଲବମ୍ ମ୍ୟୁଜିକ ଡାଇରେକ୍ଟର ଅସଦ ନିଜାମ ଓ ବେଷ୍ଟ ଆଲବମ ଲିରିସିଷ୍ଟ ତପୁ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବେଷ୍ଟ ଡାଇକ୍ଟେର ଆଣ୍ଡ କୋରିଓଗ୍ରାଫର ଲୁବୁନ୍ ଟୁବୁନ୍‌, ଷ୍ଟାଇଲିସ୍ ମ୍ୟୁଜିକ୍ ଭିଡିଓ ଡାଇରେକ୍ଟର ରାଜା ଡି, ବେଷ୍ଟ ଆଲବମ୍ ଆକ୍ଟର ସଇଳେନ୍ଦ୍ର ସାମନ୍ତରାୟ, ବେଷ୍ଟ ଆଲବମ୍ ଆକ୍ଟ୍ରେସ୍ ଲିପସା ମିଶ୍ର, ବେଷ୍ଟ ସିଜଲିଙ୍ଗ୍ ଆକ୍ଟ୍ରେସ୍ (ଆଲବମ୍ )ପ୍ରିୟଙ୍କା ମହାପାତ୍ର, ଟ୍ରେଣ୍ଡିଙ୍ଗ ଆଲବମ୍ ଲିରିସିଷ୍ଟ ପୁସ୍ପକ ପରିଡା ଓ ଷ୍ଟାଇଲ୍ ଆଡ୍ ଆକ୍ଟର ସୁଭାସିଷ ଶର୍ମାଙ୍କୁ ମଧ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଫ୍ୟାସନ୍ ଅଇକନ ଆୱାର୍ଡ ସୂର‌୍ୟମୟୀ ମହାପାତ୍ର ଷ୍ଟାର ଲିରିସିଷ୍ଟ ଆୱାର୍ଡ ଲଳିତ ନାରାୟଣ ରଥ, ବେଷ୍ଟ ଆଡ୍ ଫିଲ୍ମ ମେକର ଦୟାନିଧି ଦାହିମା, ବେଷ୍ଟ ସିନେ ଜର୍ଣ୍ଣାଲିଷ୍ଟ ସମୀର ରଞ୍ଜନ ଦାସ, ବେଷ୍ଟ ୟଙ୍ଗ୍ ଏଣ୍ଟରପ୍ରେନିଓର କୁଲଦୀପ ପଟ୍ଟନାୟକ, ବେଷ୍ଟ ରେଡିଓ ଏଫଏମ୍ ସିଦ୍ଧାର୍ଥ ୯୧.୯ ଏଫଏମ୍, ବେଷ୍ଟ ମ୍ୟୁଜିକସିଆନ ସୌମ୍ୟଜିତ ପରିଡା, ବେଷ୍ଟ ସିଜଲିଙ୍ଗ ଆକ୍ଟ୍ରେସ୍ ପପୁଲାର ଆଲବମ୍ ଆକ୍ଟର ରୋନି, ବେଷ୍ଟ କମେଡିଆନ୍ ପ୍ରଜ୍ଞା ଖଟୁଆ, ଆଲବମ୍ ବାଦସାହା ଲୁବୁନ୍ ସେନ୍‌, ବେଷ୍ଟ ଆଙ୍କର ପ୍ରେରଣା ପ୍ରତିକ୍ଷା ଓ ବେଷ୍ଟ ସାଊଣ୍ଡ ଇଂଜିନିୟର ରଶ୍ମୀରଂଜନ ଦାଶ(ମିଲନ)ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details