ଓଡିଶା

odisha

ETV Bharat / city

‘ବିଜେପି ଜିଦରେ କଣ ବିଧାନସଭା ନିୟମ ବଦଳିଯିବ’

ବିଜେପି ବିଧାୟକଙ୍କ ବିଧାନସଭା ତ୍ୟାଗ ଘଟଣାରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 18, 2019, 2:21 PM IST


ଭୁବନେଶ୍ବର: ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକଙ୍କ ବିଧାନସଭା ତ୍ୟାଗ ଘଟଣାରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟରେ କେବଳ ସ୍ମିତାରାଣୀ ହତ୍ୟା ମାମଲା ନୁହେଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିଜେପି ଜିଦରେ କଣ ବିଧାନସଭାର ନିୟମ ବଦଳିଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ବିଜେପି ବିଧାୟକଙ୍କୁ ଗୃହକୁ ଫେରି ଆଲୋଚନାରେ ଭାଗ ନେବାକୁ କୁହାଯାଇଛି । ହେଲେ ସେମାନେ ଆସିନାହାଁନ୍ତି। ରାଜ୍ୟରେ କେବଳ ସ୍ମିତାରାଣୀ ହତ୍ୟା ମାମଲା ନୁହେଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । କୃଷକ ଓ ମହିଳା ତାଙ୍କର ସମସ୍ୟା ନେଇ ବିଧାନସଭାରେ ଆଲୋଚନା କରାଯିବାକୁ ଚାହିଁ ରହିଥିବା ବେଳେ । ଏପରି କରିବାରେ କେତେ ଯଥାର୍ଥତା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜନତାଙ୍କ ଅର୍ଥରେ ବିଧାନସଭା ଚାଲିଛି। ବିରୋଧୀ ଜିଦରେ ବସିଲେ କିଏ କଣ କରିବ? ବିଜେପିର ଫେରାଦ ହେବାର ଅଧିକାର ରହିଛି । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ଜାଣିଶୁଣି ଆସୁନାହିଁ । ସେମାନେ ଭାବୁଛନ୍ତି ତାଙ୍କ ଦଳ ହିଁ ସର୍ବସ୍ବ। ଲୋକଙ୍କ କଥା ଚିନ୍ତା କରୁନାହାଁନ୍ତି। ବିଧାନସଭା ନିୟମ ଅନୁସାରେ ଚାଲିବ ନାଁ ସେମାନଙ୍କ ଜିଦରେ ନିୟମ ବଦଳିବ ବୋଲି ସରକାରୀ ଦଳ ସଚେତକ କହିଛନ୍ତି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details