ଭୁବନେଶ୍ବର: ବିଜେପି ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର ଓ ବିଜେଡି । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ସମସ୍ତେ ଠିକ ଅଛନ୍ତି । ଏନେଇ ସରକାର ବେଶ ସଚେତନ ଅଛନ୍ତି ।
ଜଙ୍ଗଲରେ ନିଆଁ ରୋକିବା ଦିଗରେ ସରକାର ଅନେକ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି । ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହୀନ ବୋଲି କହିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ସେପଟେ ସରକାରଙ୍କ ସମର୍ଥନରେ ବାହାରିଛି ବିଜେଡି । ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଯିଏ ଅଭିଯୋଗ କରୁଛି, ସେ ହିଁ ନିଆଁ ଲଗାଉଛି ବୋଲି ପ୍ରମିଳା କହିଛନ୍ତି ।