ଓଡିଶା

odisha

ETV Bharat / city

ଭାରତୀୟ ତତ୍ତ୍ବଦର୍ଶନର ବିଶେଷତ୍ବ ହେଉଛି ଆମେ ଏକ: ରାଜ୍ୟପାଳ - ରାଜ୍ୟପାଳ

ରାଜଧାନୀ ଭୁବନେଶ୍ବରରେ ପରମହଂସ ଯୋଗାନନ୍ଦଙ୍କର ପାଶ୍ଚାତ୍ୟଗମନର ଏକ ଶତ ବର୍ଷ ପୂର୍ତ୍ତି ପାଳନ ହୋଇଯାଇଛି। ଏହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତୀୟ ତତ୍ତ୍ବଦର୍ଶନର ବିଶେଷତ୍ବ ହେଉଛି ଆମେ ଏକ।

pragyan-mission-paramahansa-jagananda-100th-year-celebrated-at-bhubaneswar
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

By

Published : Jan 6, 2020, 10:26 AM IST

ଭୁବନେଶ୍ବର: ଭାରତୀୟ ତତ୍ତ୍ବଦର୍ଶନର ବିଶେଷତ୍ବ ହେଉଛି ଆମେ ଏକ। ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ଭାରତର ମନିଷୀ ଗଣ ସାରା ବିଶ୍ବ ଭ୍ରମଣ କରିଛନ୍ତି। ଏହି କ୍ରମରେ ଶତାବ୍ଦୀ ପୂର୍ବେ ଆମେରିକାର ଚିକାଗୋ ଠାରେ ଅନୁଷ୍ଠିତ ବିଶ୍ବ ଧର୍ମ ସଭା ଭଳି, ଏବେ ଆଧ୍ୟାତ୍ମିକ ସଭା ଆୟୋଜନ କରିବାର ଆବଶ୍ୟକତା ରହିଛି।

ରାଜଧାନୀର ଉତ୍କଳ ମଣ୍ଡପ ଠାରେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ପରମହଂସ ଯୋଗାନନ୍ଦଙ୍କର ପାଶ୍ଚାତ୍ୟଗମନର ଏକ ଶତ ବର୍ଷ ପୂର୍ତ୍ତି ପାଳନ ସତସଙ୍ଗ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ଯୋଗାନନ୍ଦ ପାଶ୍ଚାତ୍ୟ ଦେଶରେ ବିଶ୍ବ ଏକତା ପାଇଁ କରିଥିବା କାର୍ଯ୍ୟ ବିଷୟରେ ସତସଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସ୍ବାମୀ ଅଚଳାନନ୍ଦ ଗିରି ପ୍ରକାଶ କରିଛନ୍ତି।

ଭାରତୀୟ ତତ୍ଵଦର୍ଶନର ବିଶେଷତ୍ବ ହେଉଛି ଆମେ ଏକ ଅଟୁ : ରାଜ୍ୟପାଳ

ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏଠାରେ ଗୀତା ଜ୍ଞାନଯଜ୍ଞ ଅନୁଷ୍ଠିତ ହେବ ବୋଲି ପ୍ରଜ୍ଞାନ ମିଶନ ପକ୍ଷରୁ କୁହାଯାଇଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ, ସ୍ବାମୀ ପ୍ରଜ୍ଞାନ ନନ୍ଦ ପ୍ରମୁଖ ଯୋଗ ଦେଇ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details