ଭୁବନେଶ୍ବର: ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି । ରବିବାର ବିଳମ୍ବିତ ରାତିରେ 83 ବର୍ଷ ବୟସରେ ମହାନ ସଙ୍ଗୀତଜ୍ଞଙ୍କ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଛି । ଆଜି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।
ପୁରୀରେ ହେବାକୁ ଥିବା ଶେଷକୃତ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପସ୍ଥିତ ରହିବେ । ଉଭୟ ମନ୍ତ୍ରୀ ଉପସ୍ଥିତ ରହି ମହାନ ସଙ୍ଗୀତଜ୍ଞଙ୍କୁ ଶେଷ ସମ୍ମାନ ଜଣାଇବେ । ଏମାନଙ୍କ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ମଧ୍ୟ ଉପସ୍ଥିତ ରହିବେ ।