ଭୁବନେଶ୍ବର: ପୁଅ ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ । କୋରୋନା ଭୟରେ ରାଜସ୍ଥାନରେ ହେବାକୁ ଥିବା ଡେଷ୍ଟିନେସନ ଓ୍ଵେଡିଂ କାର୍ଯ୍ୟକ୍ରମ ବାତିଲ କରି ଚିଲିକାର ସ୍ବସ୍ତି ରିସର୍ଟରେ ହୋଇଛି ଏହି ସିକ୍ରେଟ ବିବାହ । ତେବେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଛି ଓ ସେମାନଙ୍କୁ ନୂଆ ଜୀବନର ଆରମ୍ଭରେ ଶୁଭକାମନା ଜଣାଉଛି ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡାଇ ।
ଝିଲିକ୍-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ - ଝିଲିକଙ୍କ ବାହାଘର
ପୁଅ ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ । କୋରୋନା ଭୟରେ ରାଜସ୍ଥାନରେ ହେବାକୁ ଥିବା ଡେଷ୍ଟିନେସନ ଓ୍ଵେଡିଂ କାର୍ଯ୍ୟକ୍ରମ ବାତିଲ କରି ଚିଲିକାର ସ୍ବସ୍ତି ରିସର୍ଟରେ ହୋଇଛି ଏହି ସିକ୍ରେଟ ବିବାହ ।
![ଝିଲିକ୍-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ prafulla ghadei reaction on son's marriage, bhubaneswar latest news, jhilik marriage, corona fear, କୋରୋନା ଆତଙ୍କ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ଝିଲିକଙ୍କ ବାହାଘର, ଝିଲିକ-ପ୍ରୀତି ରଞ୍ଜନଙ୍କ ବିବାହରେ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା](https://etvbharatimages.akamaized.net/etvbharat/prod-images/768-512-6380208-thumbnail-3x2-prafulla.jpg)
ଝିଲିକ୍-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡେଇ
ଝିଲିକ୍-ପ୍ରୀତି ରଞ୍ଜନଙ୍କ ବିବାହ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡେଇ
ନବଦମ୍ପତ୍ତି ଦେଶ ସେବାରେ ବ୍ରତୀ ହୁଅନ୍ତୁ ବୋଲି ସେ ଆଶା କରିଛନ୍ତି । ବର୍ତ୍ତମାନ କୋରୋନା ଆତଙ୍କ ବଢିବାରେ ଲାଗିଥିବା ବେଳେ କେବଳ ପରିବାର ଓ ବନ୍ଧୁଙ୍କ ଗହଣରେ ଏହି ବାହାଘର ସମ୍ପନ୍ନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବରୁ ଡେଷ୍ଟିନେସନ ଓ୍ଵେଡିଂ ପାଇଁ ଯୋଜନା ଥିଲା କିନ୍ତୁ କୋରୋନା ଭାଇରସ୍ ପାଇଁ ବାହାରକୁ ଯିବା ଆସିବା ଉପରେ ଅନେକ କଟକଣା ରହିଥିବାରୁ ଯୋଜନାରେ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ