ଭୁବନେଶ୍ବର: ପ୍ରବାସୀଙ୍କ ଫେରିବା ପ୍ରସଙ୍ଗରେ ସରକାରଙ୍କୁ ପୁଣି ନିଶାନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଆମ ରାଜ୍ୟର 16 ଲକ୍ଷ 50 ହଜାର ଲୋକ 14ଟି ରାଜ୍ୟରେ ଫସିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
କେନ୍ଦ୍ର ଟ୍ରେନ ଦେବାକୁ ପ୍ରସ୍ତୁତ ହେଲେ ରାଜ୍ୟ ସରକାର ଆଲୋଚନା କରି ଟ୍ରେନରେ ଆଣିବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି । 2018-19ରେ ବିଧାନସଭା କହିଥିଲେ ଦେଢ଼ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।