ଓଡିଶା

odisha

ETV Bharat / city

‘ଦଳ ଟିକେଟ ଦେଲେ ବିଜେପୁର ଉପ-ନିର୍ବାଚନ ଲଢିବି’ - ବିଜେପୁର ଉପ-ନିର୍ବାଚନ

ବିଜେପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ବରିଷ୍ଠ ନେତା ପ୍ରଦୀପ ପୁରୋହିତ । ଦଳ ଯଦି ଟିକେଟ ଦେବ ସେ ନିଶ୍ଚୟ ନିର୍ବାଚନ ଲଢିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ

By

Published : Sep 15, 2019, 9:50 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ଖୁବ୍ କମ୍ ଦିନ ମଧ୍ୟରେ ଘୋଷଣା ହେବ ବିଜ୍ଞପ୍ତି । ଏନେଇ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରି ଦେଇଛନ୍ତି କସରତ । ତେବେ ବିଜେପି ପାଇଁ ଏବେ 3 ଜଣ ପ୍ରମୁଖ ଦାବିଦାର ରହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯଦିଓ ଗତ ସାଧାରଣ ନିର୍ବାଚନରେ ହାରିଯାଇଥିଲେ ଏବେ ସେ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଦଳ ଯଦି ଟିକେଟ ଦିଏ ତେବେ ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦୀପ ।

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ହୋଇଥିବା ଉପ ନିର୍ବାଚନରେ ଦଳ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସାଧାରଣ ନିର୍ବଚନରେ ବିଜେପୁର ପାଇଁ ପ୍ରାର୍ଥୀ ହୋଇଥିଲେ ସନତ ଗଡତିଆ । ତେଣୁ ଉଭୟ ନେତା ଏବେ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାବାନ୍ଧି ବସିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details