ଓଡିଶା

odisha

ETV Bharat / city

ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

ଶେଷରେ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ । ଆସନ୍ତାକାଲି ଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଚୟନ ହୋଇଛି ବିଜେପି ବିଧାୟକ ଦଳ ନେତା ।

By

Published : Jun 24, 2019, 10:35 PM IST

Updated : Jun 24, 2019, 11:29 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା । ଏନେଇ କେନ୍ଦ୍ର ବିଜେପି ମୋହର ମାରିଛି । ଫଳରେ ବିଜେପିର କିଏ ହେବେ ବିରୋଧୀ ଦଳ ନେତା ତାକୁ ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଏବେ ଦୂର ହୋଇଛି । ଜୟନାରାୟଣ ମିଶ୍ର ଦୌଡରେ ଥିଲେ ବି ପ୍ରଦୀପ୍ତଙ୍କୁ ଖୁସି କରିବାକୁ ଯାଇ କେନ୍ଦ୍ର ବିଜେପି ତାଙ୍କୁ ଏହି ପଦବୀ ଦେଇଛି ।

ରବିବାର ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶ୍ରୀ ସରୋଜା ପାଣ୍ଡେଙ୍କ
ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପ୍ରଦୀପ୍ତ କୁମାର ନାୟକଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ଘୋଷଣା କରିଛନ୍ତି ବୋଲି ରାଷ୍ଟ୍ରୀୟ
ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ଭୁବନେଶ୍ବରରୁ ଅଜିତ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 24, 2019, 11:29 PM IST

ABOUT THE AUTHOR

...view details