ଓଡିଶା

odisha

ETV Bharat / city

‘ଜେଲରେ ପ୍ରଦୀପଙ୍କୁ ସମସ୍ତ ସୁବିଧା ଦିଆଯାଉ’

ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀ । ଜଣେ ବିଧାୟକ ଭାବେ ଜେଲ ପ୍ରୋଟୋକଲ ହିସାବରେ ତାଙ୍କୁ ରାଜନୈତିକ ବିଚାରାଧୀନ କଏଦୀ ଭାବରେ ବିବେଚନା କରାଯାଉ ବୋଲି ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ ଯୁକ୍ତି ବାଢିଛନ୍ତି ।

ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ
ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ

By

Published : Dec 17, 2020, 4:02 PM IST

ଭୁବନେଶ୍ବର:କୋର୍ଟରେ ହାଜର ପରେ ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀ । ଏନେଇ ପ୍ରଦୀପ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଜଣେ ବିଧାୟକ ଭାବେ ଜେଲ ପ୍ରୋଟୋକଲ ହିସାବରେ ତାଙ୍କୁ ରାଜନୈତିକ ବିଚାରାଧୀନ କଏଦୀ ଭାବରେ ବିବେଚନା କରାଯାଉ ବୋଲି ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ ଯୁକ୍ତି ବାଢିଛନ୍ତି ।

ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ

ପ୍ରଦୀପଙ୍କ 2 ଦିନିଆ ରିମାଣ୍ଡ ସରିବା ପରେ ଆଜି ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ପ୍ରଦୀପ । ଏବେ କୋର୍ଟରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତେବେ ଜେଲରେ ପ୍ରଦୀପଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ଯାହା ଜଣେ ବିଧାୟକଙ୍କୁ ଦିଆଯାଇଥାଏ । ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି ତାଙ୍କ ଓକିଲ ଅରୁପ ଚାନ୍ଦ ଗଣମାଧ୍ୟମକୁ କହିଛନ୍ତି ।

ଏହାସହ ପରବର୍ତ୍ତୀ ସମୟରେ ଏହା କୋର୍ଟରେ ପ୍ରମାଣିତ ହେବ । ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ସମସ୍ତ ଟଙ୍କାର ହିସାବ ରହିଛି । ଖତାକୁ ଆସିଥିବା ଟଙ୍କା କୌଣସି କଳାଧନ ନୁହେଁ । ତାହା ସମୟ ଆସିଲେ କୋର୍ଟରେ ପ୍ରମାଣିତ ହେବ। ସେପଟେ 65 ଲକ୍ଷ ଠକେଇ ମାମଲାରେ ଆକାଶଙ୍କ ଜାମିନ ଏସଡ଼ିଜେଏମଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details