ଓଡିଶା

odisha

ETV Bharat / city

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସ ମିଟ୍ - ପ୍ରଦୀପ ପୁରୋହିତ

FCI ଆଗରେ ବିଜେଡି ଧାରଣା ନେଇ ବିଜେପିର ପ୍ରେସମିଟ । ପାଲଟା ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମଣ୍ଡି ଅବ୍ୟବସ୍ଥା, ଆଭାବି ବିକ୍ରି, ଟୋକନ ଅବ୍ୟବସ୍ଥା ନେଇ ବିଜେଡିକୁ ସମାଲୋଚନା । ଅଧିକ ପଢନ୍ତୁ...

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସ ମିଟ୍
ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସ ମିଟ୍

By

Published : Jul 20, 2021, 10:04 PM IST

Updated : Jul 21, 2021, 8:39 AM IST

ଭୁବନେଶ୍ବର: FCI ଆଗରେ ବିଜେଡି ଧାରଣା ନେଇ ବିଜେପିର ପ୍ରେସମିଟ । ପାଲଟା ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମଣ୍ଡି ଅବ୍ୟବସ୍ଥା, ଆଭାବି ବିକ୍ରି, ଟୋକନ ଅବ୍ୟବସ୍ଥା ନେଇ ବିଜେଡିକୁ ସମାଲୋଚନା । ଚାଷୀ ଅସନ୍ତୋଷ ପ୍ରସମୀତ ଲାଗି FCI ଆଗରେ ଧାରଣା ଦେବା ବିଜେଡିର ପଳାୟନପନ୍ଥୀ ଭୂମିକା ବୋଲି ବିଜେପି କହିଛି ।

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସ ମିଟ୍
ବିଜେଡି ଓ ରାଜ୍ୟ ସରକାର ପଳାୟନପନ୍ଥୀ ହେଉଛନ୍ତି । ଧାନର ସର୍ବାନିମ୍ନ ସହାୟକ ମୂଲ୍ୟ, ଆଭାବି ଧାନ ବିକ୍ରୀ, ଟୋକନ ଅବ୍ୟବସ୍ଥା, କଟନୀ ଛଟନୀ ରହିଛି । ଚାଷୀମାନେ ଚାରିଆଡେ ଆନ୍ଦୋଳନ କଲେ ଖରିପ ଓ ରବି ସମୟରେ । ଚାଷୀ ଅସନ୍ତୋଷ ପ୍ରସମୀତ ଲାଗି FCI ଆଗରେ ଧାରଣା, ବିଜେଡି ଭୁଲ ତଥ୍ୟ ରଖୁଛନ୍ତି । ଧାନ ସଂଗ୍ରହ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ FCI ମଧ୍ୟରେ MOU ବା ବୁଝାମଣା ହୋଇଛି । ରାଜ୍ୟରେ ଏବେ 3 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ବାକି ରହିଛି । ସେପ୍ଟେମ୍ବର ମାସରେ ସବୁ ଚାଉଳ ଉଠିବ । ପର୍ଯ୍ୟାୟକ୍ରମେ ସବୁ ଚାଉଳ ଉଠିବ । ଧାନ କିଣା, ବିକାରେ ଅନିୟମିତତା ହୋଇଛି ବୋଲି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଚାଷୀଙ୍କ ଟଙ୍କା ପାଇଁ ସିଏଜି ରିପୋର୍ଟ କରିଛି । ଟଙ୍କା ମଧ୍ୟ ଫେଜ ଆନୁସାରେ ଆସିବ । ସବୁ ଟଙ୍କା କେନ୍ଦ୍ର ଦେବ । ଗତବର୍ଷ 17 ରୁ 18 ଲକ୍ଷ ସରପ୍ଲସ ମେଟ୍ରିକ ଟନ ଚାଉଳ କିଣିଥିଲା FCI । ଟୋକନ କେତେ ଚାଷୀଙ୍କୁ ଦିଆଯାଇଥିଲା । ପଞ୍ଜିକରଣ କରିଥିବା ସବୁ ଚାଷୀ ଧାନ ବିକୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେପି । ମିଲର୍ସମାନଙ୍କ ସହ ମଧୁଚନ୍ଦ୍ରିକା ରହିଛି । ମିଲରମାନଙ୍କ ମାଧ୍ୟମରେ ପ୍ରତିବର୍ଷ ରାଜ୍ୟ ସରକାର 500 କୋଟି ଲୁଟ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ।

ମିଲରମାନେ ଧାନ ଉଠାଇନଥିବାରୁ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି । ମାତ୍ର ବିଜେଡ଼ି ଏହାକୁ ଘଣ୍ଟ ଘୋଡ଼ାଇବା ପାଇଁ ଏଫସିଆଇ ଆଗରେ ଧାରଣା ଦେଉଛି । ଓଡିଶା ସରକାର ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ଏପରି ଘଣ୍ଟଘୋଡ଼ା ଅଭିଯାନ ଆରମ୍ଭ କରିଛି ବୋଲି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

ପ୍ରଦୀପ ପୁରୋହିତ କରିଥିବା ଅଭିଯୋଗ ତାଲିକା:-


- ସବୁ ରାଜ୍ୟ ପାଇଁ ପିଲିସ ହୋଇଛି । ଏହା ରେଗୁଲାର ପ୍ରୋସେସ୍ । କେତେ ଚାଉଳ ରାଜ୍ୟରେ ଗଛିତ ରହିଛି ତାହାର ତଥ୍ୟ ବି ବିଜେଡି ପାଖରେ ନାହିଁ । 7 ଲକ୍ଷ ନୁହେଁ 3 ଲକ୍ଷ ମେଟ୍ରିକ ଟନ ଚାଉଳ ରହିଛି ଏବଂ ଏହା ସେପ୍ଟେମ୍ବର ମାସ ମଧ୍ୟରେ ଉଠାଇବାକୁ ଏଫସିଆଇ କହିଛି । ମାତ୍ର ସେହି ସମୟ ଆସିବା ପୂର୍ବରୁ ବିଜେଡି ନାଟକ ବାଜି କରି ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା କରୁଛି ।
-ସିଏଜି ରିପୋର୍ଟ କହୁଛି ରାଜ୍ୟରେ ପ୍ରତିବର୍ଷ 5 ଶହ କୋଟି ଟଙ୍କା ହେରଫେର ହେଉଛି ।
- ରାଜ୍ୟ ସରକାର ଯେତିକି ଟଙ୍କାର ବିଲ ଦେବେ ସେହି ଅନୁଯାୟୀ ଫେଜ ୱାଇଜ କେନ୍ଦ୍ର ଟଙ୍କା ଦିଏ ।
- ଧାନ ଓ ଚାଉଳ ରଖିବା ପାଇଁ ରାଜ୍ୟରେ କଣ ବ୍ୟବସ୍ଥା ରହିଛି । 22 ବର୍ଷ ଭିତରେ ରାଜ୍ୟ ସରକାର କେତେଟା ଗୋଦାମ ତିଆରି କଲେ ।
- 13 ଲକ୍ଷ 94 ହଜାର ଲୋକଙ୍କୁ ରାଜ୍ୟ ସରକାର ପଞ୍ଜିକରଣ କରିଥିଲେ ମାତ୍ର କେତେ ଲୋକଙ୍କୁ ଟୋକନ ଦେଇଥିଲେ ଆଉ ଯଦି ଟୋକନ ଦେଇଥିଲ କେତେ ଚାଷୀଙ୍କର ଲ୍ୟାପ୍ସ ହେଲା ତାହାର ତଥ୍ୟ ରାଜ୍ୟ ସରକାର ଦେବେ କି ?
- ଯେତେ ଦିନ ମଣ୍ଡି ଖୋଲିବା କଥା ତାକୁ ବହୁ ପୂର୍ବରୁ ବନ୍ଦ କରି ପୁଣି କାହିଁକି ଏବେ ଅଧିକ ଦିନ ମଣ୍ଡି ଖୋଲିବାର ପ୍ରସଙ୍ଗ ଆଣୁଛ ।
ଉତ୍ତର ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର । ଓଡ଼ିଶାର ପ୍ରତ୍ୟେକ ଚାଷୀ 1940 ଟଙ୍କା ପାଇବେ ତାହାର ଉତ୍ତର ଦାୟିତ୍ୱ ନିଅନ୍ତୁ । ଅନ୍ୟ ରାଜ୍ୟରେ ମିଲରମାନଙ୍କ ମାଧ୍ୟମରେ ଧାନ କିଣା ଯାଏନି । ଏଠି କିନ୍ତୁ ମିଲରମାନଙ୍କ ମାଧ୍ୟମରେ ସରକାର ଚାଷୀଙ୍କୁ ଲୁଟ କରୁଛନ୍ତି ସରକାର ।
ରାଜ୍ୟ ସରକାର କେତେ ଧାନ କିଣିବାକୁ ଟାର୍ଗେଟ କରିଛନ୍ତି ତାହାର ତଥ୍ୟ କାହିଁକି ଦେଉ ନାହାନ୍ତି କେନ୍ଦ୍ର ସରକାରଙ୍କୁ ।
ମିଲରମାନେ ଠିକ୍ ସମୟରେ ଧାନ ନ ଉଠାଇବାରୁ ଚାଷୀଙ୍କ ଯେଉଁ ମିଲରମାନେ ସଠିକ ସମୟରେ ଧାନ ଉଠାଇଲେନି ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ କି । ଯଦି ସରକାରଙ୍କ ସତ୍ ସାହାସ୍ ଅଛି ତେବେ ଏଫସିଆଇ ସହ ହୋଇଥିବା ଚୁକ୍ତିକୁ ରାଜ୍ୟବାସୀଙ୍କୁ ଦେଖାଇ କୁହନ୍ତୁ କଣ ଖିଲାପ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jul 21, 2021, 8:39 AM IST

ABOUT THE AUTHOR

...view details