ଓଡିଶା

odisha

ETV Bharat / city

ପ୍ରଦୀପଙ୍କ ପ୍ରଶ୍ନବାଣ; ଉଠାଇଲେ ଡାଲି ଦୁର୍ନୀତି ପ୍ରସଙ୍ଗ - ଡାଲି ଦୁର୍ନୀତି ଘଟଣା

ଭାବି ଜ୍ବାଇଁଙ୍କ ପାଇଁ ବାହାରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେହିପରି ଡାଲି ଦୁର୍ନୀତି କଥା ଉଠାଇ ମାମଲାର ତଦନ୍ତ କେତେ ଦୂର ଗଲା ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଦୀପଙ୍କ ପ୍ରଶ୍ନ ବାଣ , ଉଖୁରେଇଲେ ଡାଲି ଦୁର୍ନୀତି  ପ୍ରସଙ୍ଗ
ପ୍ରଦୀପଙ୍କ ପ୍ରଶ୍ନ ବାଣ , ଉଖୁରେଇଲେ ଡାଲି ଦୁର୍ନୀତି ପ୍ରସଙ୍ଗ

By

Published : Dec 3, 2020, 10:05 PM IST

Updated : Dec 3, 2020, 10:37 PM IST

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉଠାଇଛନ୍ତି ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି ପ୍ରସଙ୍ଗ । ସିଧାସଳଖ ଏ ପ୍ରସଙ୍ଗରେ ସେ 5ଟି ସଚିବ ତଥା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଦୀପଙ୍କ ପ୍ରଶ୍ନବାଣ; ଉଠାଇଲେ ଡାଲି ଦୁର୍ନୀତି ପ୍ରସଙ୍ଗ

ଡାଲି ଦୁର୍ନୀତି ତଦନ୍ତ କୁଆଡେ ଗଲା ? କାହିଁକି ମାମଲା କ୍ଲୋଜ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମାମଲାର ବର୍ତ୍ତମାନ ଷ୍ଟାଟସ କଣ ରହିଛି ଏବଂ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳଙ୍କୁ କାହିଁକି ପଚରାଯାଉନି ବୋଲି ପ୍ରଦୀପ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ସେ କାମନା କରିଛନ୍ତି।

ସେହିଭଳି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି। ବାଚସ୍ପତି ପଦରେ ବସି ଜିଲ୍ଲାର ବ୍ଲକ ଅଧ୍ୟକ୍ଷ ଙ୍କୁ ଫୋନ କରି ମୋ ସହିତ ନମିଶିବାକୁ କହିଛନ୍ତି। ମୋ ସହିତ କଥା ହେଲେ ଅସୁବିଧା ହେବ ବୋଲି କୁଆଡେ ସେ ଅଭିଯୋଗ କରିଛନ୍ତି। ସେହିପରି ନିଜ ଭାବି ଜ୍ବାଇଁଙ୍କ ପାଇଁ ଆଗକୁ ବାହାରି ପ୍ରଦୀପ କହିଛନ୍ତି, ଯଦି ଆକାଶ ପାଠକ ଟାଟା ମୋଟର୍ସରେ ଚାକିରି କରୁନଥିଲେ ତେବେ ଟୁର ବାବଦକୁ ଚାର୍ଟର ଫ୍ଲାଇଟ ପାଇଁ ଯେଉଁ ଜିଏସଟି, ଟାଟା ମୋଟର୍ସ ପୋର୍ଟାଲରେ ଟୁର ଅପରେଟର ସ୍କାଏ କିଙ୍ଗ କିପରି ଭରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରାୟ 2 କୋଟି ଟଙ୍କାର ଟିକସ ସେ କିପରି ଭରିଲେ ବୋଲି କହିଛନ୍ତି ପ୍ରଦୀପ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 3, 2020, 10:37 PM IST

ABOUT THE AUTHOR

...view details