ଭୁବନେଶ୍ବର:ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ବହିଷ୍କାର ଓ ପରେ ତାଙ୍କ ଦ୍ବାରା କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜୋପି ନେତା ବିଜୟ ମହାପାତ୍ର ।
ବିଜୟ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ଯାହା କହିଛନ୍ତି ଠିକ କହିଛନ୍ତି ଓ ରାଜ୍ୟରେ ବର୍ତ୍ତମାନ ଅଫିସର ରାଜ ଚାଲିଛି । ମୁଷ୍ଟିମେୟ କିଛି ଅଫିସର ଔଧ୍ୟତ୍ୟ ଅହଂକାର ଚରମ ସୀମାରେ ପହଞ୍ଚିଛି । ପ୍ରଦିପଙ୍କ ଝିଅ ବାହାଘର ସମୟରେ ଏପରି ଉଦ୍ଦେଶ୍ୟମୁଳକ ଭାବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ମାନବିକତାର ପରିଚୟ ନୁହେଁ ବୋଲି ବିଜୟ କହିଛନ୍ତି ।