ଓଡିଶା

odisha

ETV Bharat / city

ପାଠକ ପରିବାର ସହିତ ଚାର୍ଟର ଫ୍ଲାଇଟରେ ଉଡିଥିଲେ ପ୍ରଦୀପ - ex mla Pradeep panigrahi

ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠାକ ଲିଙ୍କର ଆସିଛି ଜବରଦସ୍ତ ପ୍ରମାଣ । ଖୋଦ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଭୁବନେଶ୍ବରରୁ ପୁଣେ ଚାର୍ଟର ଫ୍ଲାଇଟରେ ଉଡିଥିବା ନେଇ ପ୍ରମାଣ ହସ୍ତଗତ । ଅଧିକ ପଢନ୍ତୁ...

ପାଠକ ପରିବାର ସହିତ ଚାର୍ଟର ଫ୍ଲାଇଟରେ ଉଡିଥିଲେ ପ୍ରଦୀପ
ପାଠକ ପରିବାର ସହିତ ଚାର୍ଟର ଫ୍ଲାଇଟରେ ଉଡିଥିଲେ ପ୍ରଦୀପ

By

Published : Nov 29, 2020, 6:22 PM IST

Updated : Nov 29, 2020, 7:24 PM IST

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ଗିରଫ ପରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଧିରେ ଧିରେ ଖୋଲିବାରେ ଲାଗିଛି ଗୁମର । ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠାକ ଲିଙ୍କର ଆସିଛି ଜବରଦସ୍ତ ପ୍ରମାଣ ।

ଖୋଦ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଭୁବନେଶ୍ବରରୁ ପୁଣେ ଚାର୍ଟର ଫ୍ଲାଇଟରେ ଉଡିଥିବା ନେଇ ହସ୍ତଗତ ହୋଇଛି ପ୍ରମାଣ । ଅନେକ ସମୟରେ ଉଭୟ ପରିବାର ବୁଲାବୁଲି କରିଛନ୍ତି । ତେବେ ଏନେଇ ନିଜେ ମଧ୍ୟ ସ୍ବୀକାର କରିଛନ୍ତି ପ୍ରଦୀପ ।

ପାଠକ ପରିବାର ସହିତ ଚାର୍ଟର ଫ୍ଲାଇଟରେ ଉଡିଥିଲେ ପ୍ରଦୀପ

ଗତ ମାର୍ଚ୍ଚ ମାସରେ ଭୁବନେଶ୍ବରରୁ ପୁଣେ ଉଭୟ ପରିବାର ଯାଇଥିବା ପ୍ରମାଣ ଲାଗିଛି । ହେରିଟେଜ ଏଭିଏସନ ପ୍ରାଇଭେଟ ଲିମିଟେଡ଼ ଚାର୍ଟରରେ 5 ଜଣ ଯାତ୍ରୀ ଯାଇଛନ୍ତି । ସେପଟେ ଲକଡାଉନ ସମୟୟରେ ଅଭୟ 20 ଥର ଚାର୍ଟର ଫ୍ଲାଇଟରେ ଯାତାୟାତ କରିବା ପଚରାଉଚୁରା ବେଳେ ଜାଣିବାକୁ ପାଇଥିଲା ଭିଜିଲାନ୍ସ ଟିମ ।

ପାଠକ ପରିବାର ସହିତ ଚାର୍ଟର ଫ୍ଲାଇଟରେ ଉଡିଥିଲେ ପ୍ରଦୀପ

ସହକାରୀ ପିସିସିଏଫ ଅଭୟ ପାଠକଙ୍କ ସମ୍ପତ୍ତି ତାଲିକା ଖୋଲତାଡ ସମୟରେ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବାହାଘର ହେଉଥିବା ଖବର ପଦାକୁ ଆସିଥିଲା । ସେପଟେ ପ୍ରଦୀପଙ୍କୁ ଜନବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରମୋ ନବୀନ ପଟ୍ଟନାୟକ । ଦଳରୁ ବିଦା ହେବା ପରେ ଅଭୟ ଓ ପ୍ରଦୀପଙ୍କ ନିବୀଡ ସମ୍ପର୍କର ଗୁମର କଥା ପଦାକୁ ଆସିବାରେ ଲାଗିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 29, 2020, 7:24 PM IST

ABOUT THE AUTHOR

...view details