ଭୁବନେଶ୍ବର: ରାଜ୍ୟରେ ଘନେଇଲାଣି ବିଦ୍ୟୁତ ସଙ୍କଟ । ବିକଳ୍ପ ବ୍ୟବସ୍ଥା କରି ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପିକ ଆୱାରରେ 4ହଜାର ମେଗାୱାଟ ବିଜୁଳି ଆବଶ୍ୟକ ହେଉଥିବାବେଳେ ଅଧା ମେଗାୱାଟ ରାଜ୍ୟ ବାହାରୁ କିଣାଯାଉଛି । ଯେଉଁଥିପାଇଁ ପ୍ରତିଦିନ ଖର୍ଚ୍ଚ ହେଉଛି 16କୋଟି ଟଙ୍କା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଏନଟିପିସି କଣିହାଁ, ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ଓ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ଠପ ପାଇଁ ରାଜ୍ୟରେ ଏଭଳି ସଙ୍କଟ ଉପୁଜିଛି । ବର୍ତ୍ତମାନ ରାଜ୍ୟକୁ ସେଣ୍ଟ୍ରାଲ ସେକ୍ଟରରୁ 23ଶହ ମେଗାୱାଟ, ଆଇପିପିରୁ 339 ଓ ଓପିଜିସିରୁ 652ମେଗାୱାଟ ବିଜୁଳି ଆସୁଛି । ପାୱାର ଏକ୍ସଚେଞ୍ଜ ଜରିଆରେ ବଳକା 700ରୁ 800ମେଗାୱାଟ ବିଜୁଳି ଆସୁଛି ।
କୋଇଲା ଖଣି ଧର୍ମଘଟ ଯୋଗୁଁ ରାଜ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବାଧା ଉପୁଜିଛି । ଦିନକୁ ବେଦାନ୍ତରୁ ୫ଶହ ମେଗାଓ୍ବାଟ, ଜିଏମଆରରୁ ୩୨୦ ମେଗାଓ୍ବାଟ, ଏନଟିପିସି କଣିହାଁରୁ ୩୨୦, ଟିଟିପିଏସରୁ ୪୬୦ ମେଗାଓ୍ବାଟ ବିଦ୍ୟୁତ ଆସିବା କଥା କିନ୍ତୁ ଏବେ ଏହିସବୁ ସ୍ଥାନରୁ ଶକ୍ତି ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ । ଅନ୍ୟପଟେ ବିଦ୍ୟୁତ ଉତ୍ପାଦନରେ ସଙ୍କଟ ଯୋଗୁଁ ଅନେକ ସ୍ଥାନରେ 2ରୁ 6ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ ହେଉଛି ।
ଏନଟିପିସି ଷ୍ଟେଜ ୨ରୁ ୨ଶହ ମେଗାଓ୍ବାଟ ବଦଳରେ ଆସିୁଛି ୭୨ ମେଗାଓ୍ବାଟ। ସେହିପରି ଜଳବିଦ୍ୟୁତ କେନ୍ଦ୍ରମାନଙ୍କରେ ପ୍ରତିଦିନ ୧୪୫୦ ମେଗାଓ୍ବାଟ ଆସିବା ବଦଳରେ ଆସୁଛି ୨ଶହରୁ ୩ଶହ ମେଗାଓ୍ବାଟ । ଇନ୍ଦ୍ରାବତୀ, ବୁର୍ଲା, ଚିପିଲିମା, ରେଙ୍ଗଲିରେ ବିଦ୍ୟୁତ ଉତ୍ପାଦନ ଶୂନ ଥିବାବେଳେ ବାଲିମେଳାରୁ ୫୧୦ ମେଗାଓ୍ବାଟ ବଦଳରେ ୫୦ ମେଗାଓ୍ବାଟ ଉତ୍ପାଦନ ହେଉଛି । ତେବେ ବର୍ଷାଦିନେ ଏଭଳି ସ୍ଥିଚି ଉପୁଜିଥିବାବେଳେ ଆଗାମୀ ଭବିଷ୍ୟତରେ ସ୍ଥିତି ସଙ୍ଗୀନ ହୋଇପାରେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ