ଭୁବନେଶ୍ବର: କଥାରେ ଅଛି ଗୋଟିଏ ଫଟୋ, ହଜାର ଶବ୍ଦର କଥା କୁହେ । କିନ୍ତୁ ଏ ଫଟୋଟି ଖାଲି କଥା କହୁନି ଓଡିଆ ଜାତିର ଗର୍ବ ଗୌରବ ପ୍ରତି ସଭିଙ୍କ ଉଦାସୀନତାକୁ ସାମ୍ନାକୁ ଆଣିଛି । ମହାପୁରୁଷଙ୍କୁ ସମ୍ମାନ ନାରା ସଭିଏଁ ସବୁଦିନ ଦେଉଛନ୍ତି କିନ୍ତୁ ପାଳନ କରୁଛି କିଏ ? ତାର ବାସ୍ତବତାକୁ ବୟାନ କରୁଛି । କିଭଳି ମହାପୁରୁଷମାନଙ୍କୁ ଅସମ୍ନାନ ଏବଂ ଅବହେଳା କରାଯାଉଛି ତାର ନଗ୍ନ ଉଦାହରଣ ଫଟୋରେ ଜଳଜଳ ଦୃଶ୍ୟମାନ ହେଉଛି । ଓଭର ବ୍ରିଜ ତଳେ ମହାପୁରୁଷଙ୍କ ବଡ ବଡ ଚିତ୍ର ଅଙ୍କା ଯାଇଛି । ହେଲେ ଏହାକୁ ସମ୍ନାନକୁ ସଭିଁଏ ଭୁଲିଯାଇଛନ୍ତି । ଆଉ ସରକାର ମଧ୍ୟ ଚିତ୍ର ଆଙ୍କି କାମ ଶେଷ କରିଦେଇଛନ୍ତି । କାରଣ ଫଟୋରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅଣଦେଖା କରାଯାଇଥିବା ଦେଖାଯାଉଛି ।
ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ - ଗୋପବନ୍ଧୁଙ୍କ ଅଣନାତୁଣୀଙ୍କ ଟ୍ବିଟ୍
ଓଡିଆ ଜାତିର ସ୍ବାଭିମାନଙ୍କୁ ଅସମ୍ମାନ । ଉତ୍କଳର ମଉଡମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅପମାନ । କୋଟି କୋଟି ଓଡ଼ିଆଙ୍କ ଗୌରବଙ୍କୁ ଖୁଲମଖୁଲା ଅବମାନନା । ଗୋପନ୍ଧୁଙ୍କ ଚିତ୍ର ଆଗରେ ଲାଗିଛି ଘରୋଇ ଟିଭି ଚ୍ୟାନେଲର ପୋଷ୍ଟର (poster Infront of Pandit Utkalmani Gopabandhu Das) । ସିଲଭର ସିଟି କଟକର ଲିଙ୍କ୍ ରୋଡ ଓଭରବ୍ରିଜ ତଳେ ଏପରି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ
ଉତ୍କଳର ମଉଡମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅପମାନ । କୋଟି କୋଟି ଓଡିଆଙ୍କ ଗୌରବଙ୍କୁ ଖୁଲମଖୁଲା ଅବମାନନା । ଆଇନ କାନୁନକୁ ଫୁ କରି ଗୋପନ୍ଧୁଙ୍କ ଚିତ୍ର ଆଗରେ ଲାଗିଛି ଘରୋଇ ଟିଭି ଚ୍ୟାନେଲର ପୋଷ୍ଟର (poster Infront of Pandit Utkalmani Gopabandhu Das) । ସିଲଭର ସିଟି କଟକର ଲିଙ୍କ୍ ରୋଡ ଓଭରବ୍ରିଜ ତଳେ ଏପରି ହୋଇଥିବା ଦେଖିବାକୁ ମିଳିଛି । ଆଉ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଅଣନାତୁଣୀ ଜୟଶ୍ରୀ ମହାପାତ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Sep 9, 2022, 9:57 PM IST