ଓଡିଶା

odisha

ETV Bharat / city

୫ ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି - ପାଣିପାଗ ବିଜ୍ଞାନ କେନ୍ଦ୍ର

ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ....

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ୟେଲୋ ୱାର୍ଣ୍ଣିଂ ଜାରି
୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ୟେଲୋ ୱାର୍ଣ୍ଣିଂ ଜାରି

By

Published : Jul 18, 2021, 8:50 PM IST

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ମୌସୁମୀ ବାୟୁର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲା ନୂଆପଡା,କଳାହାଣ୍ଡି, କେନ୍ଦୁଝର,କନ୍ଧମାଳ ,ନୟାଗଡ଼ରେ ପ୍ରବଳ ବର୍ଷା ଏବଂ ମାଲକାନଗିରି,କୋରାପୁଟ,ରାୟଗଡା,ଗଜପତି,ନବରଙ୍ଗପୁର,ନୂଆପଡା,କଳାହାଣ୍ଡି,ବଲଙ୍ଗୀର,ବରଗଡ଼,ବୌଦ୍ଧ,ସୋନପୁର,ସୁନ୍ଦରଗଡ଼,ଝାରସୁଗୁଡା,ଦେବଗଡ଼,ମୟୁରଭଞ୍ଜ,କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ୟେଲୋ ୱାର୍ଣ୍ଣିଂ ଜାରି

ଏହାପରେ ଆସନ୍ତା ୧୯ ତାରିଖରେ ପାଗରେ ପରିବର୍ତ୍ତନ ହୋଇ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ହତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା ଲମତାପୁଟରେ ସର୍ବାଧିକ ୧୦୭.୮ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ତାରିଖରୁ ଜୁଲାଇ ୧୮ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୯୫.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪୦୫.୩ ମିମି ଠାରୁ ୨୭ ପ୍ରତିଶତ କମ ବର୍ଷା। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୧ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details