ଓଡିଶା

odisha

ETV Bharat / city

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏସଏଚଜି ଗ୍ରୁପ

ୱାର୍ଡ ଅଫିସରଙ୍କୁ ବିଏମସିର ଛାଟ । ଟିକସ ଆଦାୟକୁ ଗୁରୁତ୍ବ ଦେଇ ବିଏମସିରେ କାର୍ଯ୍ୟରତ ୱାର୍ଡ ଅଫିସର ମାନେ, ଏଣିକି ଠିକ ଭାବେ କାର୍ଯ୍ୟ ନକଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ଖବର ପଢନ୍ତୁ...

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏସଏଚଜି ଗ୍ରୁପ
ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏସଏଚଜି ଗ୍ରୁପ

By

Published : Feb 4, 2020, 4:24 AM IST

ଭୁବନେଶ୍ବର: ୱାର୍ଡ ଅଫିସରଙ୍କୁ ବିଏମସିର ଛାଟ । ଟିକସ ଆଦାୟକୁ ଗୁରୁତ୍ବ ଦେଇ ବିଏମସିରେ କାର୍ଯ୍ୟରତ ୱାର୍ଡ ଅଫିସର ମାନେ, ଏଣିକି ଠିକ ଭାବେ କାର୍ଯ୍ୟ ନକଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସୋମବାର ଭୁବନେଶ୍ବର ମହାନଗର ନିଗମରେ ରାଜଧାନୀର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ଼ ଲାଇସେନ୍ସ ଇତ୍ୟାଦିର ଦେୟ ଆଦାୟ ପାଇଁ, ପିଓଏସ ମେସିନ ବଣ୍ଟନ କରାଯାଇଛି । ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ୱାର୍ଡ ଅଫିସର ମାନଙ୍କୁ ଏଭଳି କଡା ତାଗିଦ କରିଛନ୍ତି ରାଜ୍ୟ ପୌର ପ୍ରଶାସକ ତଥା ବିଏମସିର ପ୍ରଶାସକ ସଂଗ୍ରାମଜିତ ନାୟକ । ଏହି ଅବସରରେ 20 ଟି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୬୭ ଟି ୱାର୍ଡ ଅଫିସରଙ୍କୁ ପଏଣ୍ଟ ଅଫ ସେଲ ,ପିଓଏସ ମେସିନ ପ୍ରଦାନ କରାଯାଇଛି ।

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏସଏଚଜି ଗ୍ରୁପ

ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇ ବିଏମସି ଭୁବନେଶ୍ବରରେ ଥିବା 20 ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନେଇ ପିଓଏସ ମେସିନ ବଣ୍ଟନ କରାଯାଇଛି । ମହିଳାମାନେ ଯେପରି ସ୍ବରୋଜଗାର,ଏବଂ ସ୍ବାବଲମ୍ବୀ ହେବେ ସେ ନେଇ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।ପୂର୍ବରୁ ଏନେଇ ମଧ୍ୟ ଏସଏଚଜି ମହିଳା ମାନଙ୍କୁ ତାଲିମ ଦିଆଯାଇଥିଲା । ଆଗକୁ ବିଭିନ୍ନ ଏମସିସିରେ ମହିଳାମାନେ ବ୍ୟାଟେରୀ ଚାଳିତ ଗାଡି ଚଳାଇବେ ।

ଏଣିକି ବିଏମସିରେ କାର୍ଯ୍ୟରତ ୱାର୍ଡ ଅଫିସରର୍ସ ଯଦି ନିଜ କାର୍ଯ୍ୟ ଠିକ ଭାବେ ନକରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି କଡା ଆଭିମୁଖ୍ୟ ନେଇ ସୂଚନା ଦେଇଛନ୍ତି ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୫T ଲାଗୁହେବା ପରେ ସେହି ଆଧାରରେ ସମସ୍ତେ କାର୍ଯ୍ୟ କରିବା ଦରକାର । ମହିଳାଙ୍କ ସ୍ବଚ୍ଛତା, ସମାୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ପ୍ରଶାସକ । ମହିଳାମାନଙ୍କୁ ସଶକ୍ତ କରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ଉନ୍ନତ କରିବା ପାଇଁ ବିଏମସି ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରି ପିଓଏସ ମେସିନ ବଣ୍ଟନ କରିଛି ।

ହୋଲଡିଂ ଟ୍ୟାକ୍ସ ଆଦାୟ ନେଇ ତାଲିମ ମିଳିଥିଲା । ସୋମବାର ପିଓଏସ ମେସିନ ଦେଇଛନ୍ତି, ପ୍ରତ୍ୟେକ ୪୦ ଲକ୍ଷ ଟ୍ୟାକ୍ସ ଆଦାୟ କଲେ ୧ ପ୍ରତିଶତ ପାରିଶ୍ରମିକ ମିଳିବ । ଏହାଦ୍ବାରା ମହିଳା ଏସଏଚଜି ସଶକ୍ତ ହେବ ବୋଲି ଭୁବନେଶ୍ବର ୩୨ ନଂ ୱାର୍ଡ ରେ ଥିବା ଅମ୍ବିକା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସବିତା ସାମଲ କହିଛନ୍ତି ।

ତେବେ ଗତ ବର୍ଷ ବିଏମସି ଆର୍ଥିକ ବର୍ଷର ରାଜସ୍ବ ଟାର୍ଗେଟ କରିବାରେ ବିଫଳ ହୋଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ଆଦାୟ କରିବା ନେଇ ବିଏମସି ଲକ୍ଷ ରଖିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details