ଓଡିଶା

odisha

ETV Bharat / city

୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ, ଆସନ୍ତା ୧୫ରୁ ପଞ୍ଜୀକରଣ ଆରମ୍ଭ - ଏକାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମିଳିବ ଜାତୀୟ ପ୍ରବେଶିକା ପରୀକ୍ଷାର ମାଗଣା କୋଚିଂ

ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ଏଥିପାଇଁ ନାମ କରିପାରିବେ ପଞ୍ଜୀକରଣ । ଅଧିକ ପଢନ୍ତୁ

Free Coaching: ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ
Free Coaching: ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ

By

Published : Dec 13, 2021, 5:18 PM IST

ଭୁବନେଶ୍ବର:ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ। ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ(NEET), IIT, JEE(ଇଞ୍ଜିନିୟରିଂ) ଓ ନେସନାଲ ଡିଫେନ୍ସ ଏକାଡେମୀ(NDA) ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ(କୋଚିଂ) ଦିଆଯିବ। ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ unacademy.com/scholarship/odisha-scholarship-test ଲଗ୍‌ଇନ୍‌(log in) କରି ସଞ୍ଚାର ଜରିଆ(online)ରେ ନାମ ପଞ୍ଜୀକରଣ କରିପାରିବେ ।

Free Coaching: ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ

ତେବେ ଏହି ପଞ୍ଜୀକରଣ ଆସନ୍ତା ୧୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନୟନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ(HSE) ପରୀକ୍ଷାର ୫୦ % ଏବଂ ହେବାକୁ ଥିବା ପ୍ରବେଶିକାର ୫୦ % ମାର୍କକୁ ଗଣନା କରାଯିବା ପରେ ଯୋଗ୍ୟତା ଭିତ୍ତିରେ ମେଧା ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯିବ । ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଜାନୁଆରୀ ୧୫ ପୂର୍ବାହ୍ଣ ୧୧ଟାରେ ପରୀକ୍ଷା କରାଯିବ ।

ଅର୍ଥାଭାବ ଯୋଗୁଁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଯେଭଳି ବଞ୍ଚିତ ହେବେନି, ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଛି। ଦେଶର ଅଗ୍ରଣୀ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ‘ଅନ୍ ଏକାଡେମୀ’(On Academy) ଏହି ପ୍ରଶିକ୍ଷଣ ଦେବେ। ତେବେ ଅଭିଭାବକଙ୍କର ବାର୍ଷିକ ୬ ଲକ୍ଷରୁ କମ ରୋଜଗାର ଥିବା ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ। +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ। ୩୦ ଜିଲ୍ଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧାତାଲିକା ପ୍ରକାଶ ପାଇବ। ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଦିଆଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details