ଓଡିଶା

odisha

By

Published : Sep 4, 2020, 6:09 AM IST

ETV Bharat / city

କାଳିଆ ଟଙ୍କା ନେଇ ପୁଣି ତେଜିଲା ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧି

ଖରିଫ ଋତୁ ସରିବାକୁ ବସିଲାଣି କାଳିଆ ଦ୍ୱିତୀୟ କିସ୍ତି ଟଙ୍କା କେବେ ମିଳିବ ତାହା ଏବେ ବଡ ପ୍ରଶ୍ନ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

http://10.10.50.80:6060///finalout3/odisha-nle/finalout/03-September-2020/8667630_kalia1.mp4
କାଳିଆ ଟଙ୍କା ନେଇ ପୁଣି ତେଜିଲା ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ପୁଣି ଫେରିଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନେଇ ରାଜନୀତି । ବୁଧବାର କୃଷି କ୍ୟାବିନେଟରେ କାଳିଆ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ଏବେ ସରକାରଙ୍କୁ ଅକଳରେ ପକାଇଛି । ଖରିଫ ଋତୁ ସରିବାକୁ ବସିଲାଣି କାଳିଆ ଦ୍ୱିତୀୟ କିସ୍ତି ଟଙ୍କା କେବେ ମିଳିବ ତାହା ଏବେ ବଡ ପ୍ରଶ୍ନ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କାଳିଆ ଟଙ୍କା ନେଇ ପୁଣି ତେଜିଲା ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧି

ସୂଚନା ଅନୁସାରେ ୩ବର୍ଷ ପରେ ବସିଲା କୃଷି କ୍ୟାବିନେଟ । କାଳିଆ ଯୋଜନାର କାର୍ଯ୍ୟକାରିତା ଏବଂ ଚାଷୀଙ୍କୁ କେବେ ମିଳିବ ଦ୍ୱିତୀୟ କିସ୍ତି ସହାୟତା ଟଙ୍କା, ତାହାର କୈଣସି ସୂଚନା ନଥିଲା । କେବଳ ୫୫ଲକ୍ଷ ୨୯ହଜାର ୮୬୦ ଚାଷୀ କାଳିଆ ପାଇଁ ଯୋଗ୍ୟ ବିବେତିତ ହୋଇଥିବା କହିଥିଲେ । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ନିର୍ବାଚନ ଥିବାରୁ ସରକାର କାଳିଆ ଯୋଜନା ନାଁରେ ଟଙ୍କା ବାଣ୍ଟିଲେ । ନିର୍ବାଚନ ନଥିବାରୁ ଟଙ୍କା ଦେବାକୁ ମନା କରୁଛନ୍ତି । ଚାଷୀଙ୍କୁ ଠକୁଛନ୍ତି । ବିଧାନସଭାରେ ଏ ପ୍ରସଙ୍ଗକୁ ଉଠାଇବୁ ।

ବିଜେପି ସାଧରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି କାଳିଆ ନାଁରେ ନିର୍ବାଚନୀ ବୈତରଣୀ ପାର ହେଲେ ଏବେ ଠକୁଛନ୍ତି । ପିଏମ କିଶାନ ପାଇଁ ସଠିକ ତାଲିକା ଦେଉ ନାହାନ୍ତି । ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବା ରାଜ୍ୟ ସରକାର ଏବେ ୯ ଲକ୍ଷରେ ଆସି ପହଞ୍ଚିଲେଣି । ସରକାର ଚାଷୀଙ୍କୁ ଚଖିବା ପରିବର୍ତ୍ତେ ସହାୟତା ଦେବା ସହ ପିଏମ କିଷାନ ପାଇଁ ଯୋଗ୍ୟତା ଭିତ୍ତିରେ ତାଲିକା ଦିଅନ୍ତୁ ।

ସେପଟେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ସରକାର କମିଟମେଣ୍ଟ ଅନୁସାରେ କାର୍ଯ୍ୟ କରନ୍ତି । ତାଲିକାରେ ରହିଥିବା ତ୍ରୃଟି ବିଚ୍ୟୁତିକୁ ସୁଧାର ଯାଉଛି । ସୂଚନା ଅନୁସାରେ ପିଏମ କିଶାନ ଏବଂ କାଳିଆ ଯୋଜନା କନଭରଯେନ୍ସ ହେବା ପରେ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ସ୍ଥିର କରିଥିଲେ ସରକାର । କେନ୍ଦ୍ର ୬ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ଦେବ ୪ ହଜାର ଟଙ୍କା । ପିଏସ କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ମିଳି ସାରିଥିବା ବେଳେ ରାଜ୍ୟ ସରକାର ଏ ଯାଏଁ ଦେଇ ନାହାନ୍ତି ତାଙ୍କ ପାଉଣା ।

ଭୁବନେଶ୍ବରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details