ଓଡିଶା

odisha

ETV Bharat / city

ରେଳ ବଜେଟ; ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି - politics going on rail budget

ଓଡିଶାରୁ ଗତ 7 ବର୍ଷରେ 1 ଲକ୍ଷ 40 ହଜାର କୋଟି ନିଆଯାଇଛି । ହେଲେ ଦିଆଯାଇଛି ମାତ୍ର 14 ହଜାର କୋଟି । କେନ୍ଦ୍ରର ରେଳ ବଜେଟ ଅନୁଦାନ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ବିତର୍କ ପାଇଁ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କଲେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।

ବିଜେପିକୁ ଖୋଲା ଚ୍ୟାଲେଞ୍ଜ
ବିଜେପିକୁ ଖୋଲା ଚ୍ୟାଲେଞ୍ଜ

By

Published : Feb 5, 2021, 7:58 PM IST

ଭୁବନେଶ୍ବର: ରାଜ୍ୟକୁ କେନ୍ଦ୍ରର ରେଳ ବଜେଟ ଅନୁଦାନ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ରେଳ ବଜେଟକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରୀୟ ରେଳବାଇ ବଜେଟ ଓଡିଶା ରାଜ୍ୟକୁ ନ୍ୟାୟ ଦେଇନାହିଁ । ଯାହାକୁ ନେଇ ବିତର୍କ କରିବାକୁ ବିଜେଡି ପ୍ରସ୍ତୁତ ଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ।

ବିଜେପିକୁ ଖୋଲା ଚ୍ୟାଲେଞ୍ଜ

ଓଡିଶା ପାଇଁ ବୈମାତୃକ ମନୋଭାବ ପୋଷଣ କରୁଛି 2021-22ବର୍ଷର ରେଳ ବଜେଟ । ସ୍ବାଧୀନତାର 75 ବର୍ଷ ଭିତରେ ଓଡିଶା ପାଇଁ 6 ଟି ନୂଆ ରେଳ ଲାଇନର ବ୍ୟବସ୍ଥା କରାଯାଇଛି । 6 ଟି ଜିଲ୍ଲାରେ ଏବେ ବି ରେଳଲାଇନ ପଡିପାରି ନାହିଁ ।

ଗତ ୭ ବର୍ଷରେ ରାଜ୍ୟ ଦେଇଛି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା କିନ୍ତୁ ରାଜ୍ୟକୁ ମିଳିଛି ମାତ୍ର ୧୪ ହଜାର କୋଟି ଟଙ୍କା । ଏବେ କେବଳ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦେଉଛି ଓଡିଶା । କିନ୍ତୁ ରାଜ୍ୟର ୬ଟି ଜିଲ୍ଲାରେ ଏଯାଏ ରେଳ ସେବା ଆରମ୍ଭ ହୋଇନାହିଁ । ବିତର୍କ ପାଇଁ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କଲେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।

ସେପଟେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ରାଜ୍ୟର ସବୁଠୁ ଧିମା ଚାଲୁଥିବା ରେଳ ଲାଇନ । ଏ ପର୍ଯ୍ୟନ୍ତ 90 କିମି ମାତ୍ର ସରିଛି । ଉଭୟ ଭୁବନେଶ୍ବର ଓ ବଲାଙ୍ଗିର ସାଂସଦ ଏହାକୁ ସଂସଦରେ କାହିଁକି ଉଠାଉ ନାହାନ୍ତି । ତାଳଚେର ବିମଲାଗଡ଼ ରେଳ ଲାଇନରେ କାର୍ଯ୍ୟ ଧିମା କଥା ଉଠାଇ ସାଂସଦ ନୀତିଶ ଗଙ୍ଗଦେଵ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ସୁଲତା ଦେଓ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details