ଓଡିଶା

odisha

ETV Bharat / city

ମହିଳା କାର୍ଡ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ - women reservation

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା କାର୍ଡ ଟିପ୍ପଣୀକୁ ନେଇ ବଢ଼ିଲା ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧିଙ୍କ ଭିନ୍ନ ଭିନ୍ନ ମତ। ଅଧିକ ପଢ଼ନ୍ତୁ...

political statement and reaction regarding chief ministers womens card politics
ମହିଳା କାର୍ଡ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ବିରୋଧି

By

Published : Feb 21, 2021, 8:12 PM IST

ଭୁବନେଶ୍ବର: ପୁଣି ଫେରିଲା ମହିଳା କାର୍ଡ ରାଜନୀତି। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା କାର୍ଡ ଟିପ୍ପଣୀକୁ ନେଇ ବଢ଼ିଲା ରାଜନୀତି। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିରୋଧି କଟାକ୍ଷ କରିଛନ୍ତି।

ମହିଳା କାର୍ଡ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ବିରୋଧି

ଏହାକୁ ନେଇ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, "ନବୀନ ବାବୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟରେ କେତେଜଣ ମହିଳା ବିଧାୟିକା, ସାଂସଦ, ମନ୍ତ୍ରୀ, ସରପଞ୍ଚ ହୋଇଛନ୍ତି ? ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ ହୋଇଛି ମହିଳା ସଂରକ୍ଷଣ । ଗ୍ରାମୀଣ ଭାରତ ବିକାଶ ମିଶନ ବାଜପେୟୀଙ୍କ ଅହେତୁକ ଅବଦାନ ରହିଥିଲା। କେନ୍ଦ୍ରୀୟ ଯୋଜନା ଅର୍ଥକୁ ହଡପ କରି ରାଜ୍ୟ ସରକାର ନିଜ ନାମରେ କରୁଛନ୍ତି ତାହାକୁ ବିରୋଧ କରାଯିବ। ରାଜ୍ୟ ଚଳାଇବା ଶାସକ ଦଳ ପାଖରେ ନିଜର କୌଣସି ଯୋଜନା ନାହିଁ। ସବୁ କେନ୍ଦ୍ରିୟ ଯୋଜନା ନିଜ ନାମରେ କରୁଛନ୍ତି।"

ଏହାକୁ ନେଇ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛି। କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି ଯେ, "ମହିଳା ସଂରକ୍ଷଣ କହିବା ପୂର୍ବରୁ ନବୀନ ରାଜ୍ୟରେ ନିଯେ କେତେ ସ୍ଥାନ ମହିଳାଙ୍କୁ ଦେଇଛନ୍ତି ତାହା ଦେଖିବା ଉଚିତ। ବିଜେଡି ବିଜେପି ଭିତିରିଆ ସମ୍ପର୍କ ରହିଛି। ଦୁହେଁ ଯଦି ମିଶିକି କାମ କରୁଛନ୍ତି ତାହେଲେ ଦୁହେଁ ମିଶି ମହିଳା ସଂରକ୍ଷଣ ବିଲ ପାସ କରାନ୍ତୁ। କଂଗ୍ରେସ ମହିଳାମାନଙ୍କୁ ଯେତିକି ସ୍ବାଧିନତା ଦେଇଛି ଆଉ କେହି ଦେଇ ନାହାନ୍ତି।"

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। କୌଣସି ରାଜନୈତିକ ଦଳର ନାଁ ନନେଇ ନିର୍ବାଚନ ପ୍ରତିଶ୍ରୁତି କଥା ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ। ଉଭୟ ଲୋକସଭା ଓ ବିଧାନସଭାରେ ଜାତୀୟ ଦଳ ମହିଳା ସଂରକ୍ଷଣ ପ୍ରତିଶୃତି ଦେଇଥିଲେ। ହେଲେ ତାହା ପୂରଣ ହୋଇନାହିଁ। ଏଥିପାଇଁ ଆଗକୁ ଇତିହାସ କ୍ଷମା ଦେବନି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଏହି ସମସ୍ତ ଅଭିଯୋଗ ଓ ପ୍ରଶ୍ନକୁ ସ୍ପଷ୍ଟୀକରଣ ଦେଇଛନ୍ତି ବିଜେଡି ମହିଳ ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ। ସେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ସବୁବେଳେ ଚାହିଁଛନ୍ତି ମହିଳାମାନେ ଆଗକୁ ଆସନ୍ତୁ। ଅନ୍ୟ କୌଣସି ଦଳ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି। ମହିଳାମାନଙ୍କୁ ଆଗକୁ ଆଣି ସମସ୍ତ ବାଧାବିଘ୍ନ ସହ ବିଜେଡି କାର୍ଯ୍ୟ କରୁଛି। ମହିଳାଙ୍କ ସ୍ବାର୍ଥକୁ ନେଇ ମୁଖ୍ୟମନ୍ତ୍ରୀ ସକରାତ୍ମକ ରହିଛନ୍ତି।"

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details