ଓଡିଶା

odisha

ETV Bharat / city

ତୈଳ ଦର ହ୍ରାସ ରାଜନୀତି: କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ, ଜବାବ ରଖିଲା BJD - ତୈଳ ଦର ହ୍ରାସ

ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ତୈଳଦରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିବା ବେଳେ ଏହାର ଜବାବ ରଖିଛି ବିଜେଡି । ଅଧିକ ପଢନ୍ତୁ

ତୈଳ ଦର ହ୍ରାସ ନେଇ ରାଜନୀତି;କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ,ଜବାବ ରଖିଲା ବିଜେଡି
ତୈଳ ଦର ହ୍ରାସ ନେଇ ରାଜନୀତି;କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ,ଜବାବ ରଖିଲା ବିଜେଡି

By

Published : May 22, 2022, 1:58 PM IST

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଯେ ‘କେନ୍ଦ୍ର ସରକାର ବହୁତ ଚାଲାକରେ କାମ କରୁଛନ୍ତି । 20 ଟଙ୍କା ବଢାଇଛନ୍ତି 10 ଟଙ୍କା କମାଉଛନ୍ତି । ଲୋକମାନେ ଭାବୁଛନ୍ତି ଆମେ କୃତ୍ୟ କୃତ୍ୟ ହେଇଗଲୁ ’। ଆନ୍ତର୍ଜାତୀୟ ବଜାରରେ କ୍ରୁଡ଼ ଅଏଲ ଯାହା ରେଟ ରହୁଛି ତାକୁ ଆଖି ଆଗରେ ରଖି 50 ରୁ 60 ଟଙ୍କା ମଧ୍ୟରେ ରଖାଯାଉ । ଲୋକେ ପ୍ରକୃତ ଫାଇଦା ଫାଇବେ ।’

ତୈଳ ଦର ହ୍ରାସ ନେଇ ରାଜନୀତି;କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ,ଜବାବ ରଖିଲା ବିଜେଡି

‘ଆଉ ଏଥିରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତବ୍ୟ ନାହିଁ କହିଲେ ଭୁଲ ହେବ । ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି ଭ୍ୟାଟ କମାନ୍ତୁ । ଆଉ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ । ଉଜ୍ଜଳା ଗ୍ୟାସ ଯେତେ କମିଲେ ବି ଲୋକେ ଉପକୃତ ହେବେ ନାହିଁ । କାରଣ ଲୋକେ ଦ୍ବିତୀୟ ସିଲିଣ୍ଡର ନେଉ ନାହାନ୍ତି । ତେଣୁ ସରକାର ପୂର୍ବରୁ ଯେମିତି ମାଗଣା କଥା କହୁଥିଲେ ସେମିତି ଦିଅନ୍ତୁ ନଚେତ 400 ରୁ 500 ଟଙ୍କା ଭିତରେ ରଖାଯାଉ ବୋଲି ସେ ଦାବି କରିଛନ୍ତି ’।

ସେପଟେ ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ‘ ପେଟ୍ରୋଲ ଓ ଡିଜେଲରେ ଯେଉଁ ରେଟ ପ୍ରକ୍ରିୟା ଅଛି ସେଥିରେ କେନ୍ଦ୍ର ସରକାରଙ୍କୁ ସେଣ୍ଟ୍ରାଲ ଏକ୍ସସାଇଜ ଡ୍ୟୁଟି, ଆଡ଼ିସିନାଲ ସେଣ୍ଟ୍ରାଲ ଏକ୍ସସାଇଜ ଡ୍ୟୁଟି ଓ ସେସ ମିଳୁଛି । ତେଣୁ କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ସୁବିଧା ରହିଛି ଦର ହ୍ରାସ କରିବା ପାଇଁ ସେଇଟା ହେଉଛି ଅଧିକ’ ।

‘ପେଟ୍ରୋଲ ଓ ଡିଜେଲର ଦର କମାଇବାରେ ସବୁଠୁ ଅଧିକ ଭୂମିକା ହେଉଛି କେନ୍ଦ୍ର ସରକାରଙ୍କର । ରାଜ୍ୟ ସରକାର ମାନଙ୍କର କେବଳ ଗୋଟିଏ ଦିଗ ରହିଛି ଭ୍ୟାଟ । ସେଇଟା ହେଉଛି ସେମାନଙ୍କର ରିସୋର୍ସ ବେଶର ଗୋଟିଏ ମାତ୍ର ଅଂଶ । ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧି ଏ ଦିଗରେ ବହୁତ କମ । ତା ଭିତରେ ମଧ୍ୟ ପୂର୍ବରୁ ଯେବେ କେନ୍ଦ୍ର ସରକାର କମେଇ ଥିଲେ ସେବେ ରାଜ୍ୟ ସରକାର ବି କମାଇ ଥିଲେ । ଯଦିଓ ସେହି ସମୟରେ ରାଜ୍ୟର ଅର୍ଥନୈତିକ ସ୍ଥିତି ସେତେ ସୁଧରି ନଥିଲା ଏବଂ ରାଜସ୍ବ ବୃଦ୍ଧି ଦିଗ ବି ବଢି ନଥିଲା । ସେହି ସମୟରେ ଦେଶର ପ୍ରାୟ 10 ରାଜ୍ୟ କମେଇ ନ ଥିଲେ ’।

ବର୍ତ୍ତମାନ କେନ୍ଦ୍ର ସରକାର କମାଇବା ପରେ ଦର ବୃଦ୍ଧି ନିୟନ୍ତ୍ରଣକୁ କିଛି ପରିମାଣରେ କଣ୍ଟ୍ରୋଲ କରିବ ବୋଲି ଆଶା ରହିଛି ବୋଲି କହିଛନ୍ତି ବିଜେଡି ସାଂସଦ । ତୈଳ ଦର ନେଇ ରାଜ୍ୟ ସରକାର ଏହାକୁ ଷ୍ଟଡ଼ି କରିବେ । ଆଉ ଷ୍ଟଡ଼ି କରି ସାରିବା ପରେ ରାଜ୍ୟର ରାଜସ୍ବ କିପରି ପ୍ରଭାବିତ ହେବ । ତାହା ଉପରେ ଅନୁଧ୍ୟାନ କରିବା ପରେ ହିଁ କିଛି ନିଷ୍ପତ୍ତି ନେଇ ପାରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details