ଭୁବନେଶ୍ବର: ଲକଡାଉନ ଅବଧି ବଢିବା ପରେ ରାଜନୈତିକ ଦଳ ରଖିଛନ୍ତି ପ୍ରତିକ୍ରିୟା । ଯଦିଓ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି, ତେବେ ଅନେକ ଲୋକ ଏଥିଯୋଗୁଁ ସମସ୍ୟାରେ ପଡିଛନ୍ତି। ବିଶେଷ କରି ଗରିବ, ମୂଲିଆ ଓ ଦିନ ମଜୁରିଆ ଶ୍ରେଣୀ ପ୍ରଭାବିତ ହୋଇଛନ୍ତି। ଚାଷୀକୂଳ ହତାଶ। ରବି ସିଜିନ ପରେ ଖରିଫ ଆରମ୍ଭ ହେବାକୁ ଯାଉଛି ହେଲେ ଚାଷୀ ବିଚରା ଦ୍ବନ୍ଦ୍ବରେ ରହିଛି ବୋଲି କହିଛି କଂଗ୍ରେସ।
ଲକଡାଉନ ଅବଧି ବୃଦ୍ଧିକୁ ସ୍ୱାଗତ; ଚାଷୀ ଓ ଗରିବଙ୍କୁ ଦିଆଯାଉ ଫୋକସ - ରାଜନୈତିକ ଦଳର ପ୍ରତିକ୍ରିୟା
ଲକ ଡାଉନ ଅବଦ୍ଧି ବୃଦ୍ଧି ଘଟିଥିବାବେଳେ ଏହି ନିଷ୍ପତିକୁ ଅନେକ ରାଜନୈତିକ ଦଳ ସ୍ବାଗତ ଜଣାଇଛନ୍ତି । ସେହିପରି ଚାଷୀକୂଳର ସ୍ଥିତିକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ..
![ଲକଡାଉନ ଅବଧି ବୃଦ୍ଧିକୁ ସ୍ୱାଗତ; ଚାଷୀ ଓ ଗରିବଙ୍କୁ ଦିଆଯାଉ ଫୋକସ political-reaction-on-lockdown](https://etvbharatimages.akamaized.net/etvbharat/prod-images/768-512-6801843-thumbnail-3x2-lockdown.jpg)
political-reaction-on-lockdown
ଲକଡାଉନ ଅବଧି ବୃଦ୍ଧିକୁ ସ୍ୱାଗତ; ଚାଷୀ, ଗରିବଙ୍କୁ ଦିଆଯାଉ ଫୋକସ
କିପରି ମିଳିବ ବିହନ, ଆଉ କେମିତି ହେବ ଚାଷ କାମ। ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ମାସ୍କ ବାବଦରେ ସରକାର ଯେଉଁ ଅଧ୍ୟାଦେଶ ଆଣି ଜରିମାନା ବ୍ୟବସ୍ଥା କରିଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟ ରାଜ୍ୟ ଗୁଡ଼ିକ ମାଗଣାରେ ମାସ୍କ ବାଣ୍ଟୁଛନ୍ତି। ହେଲେ ଓଡିଶା ସରକାର ଜରିମାନ ଆଦାୟ କରୁଛି। ସେହିପରି ଆହାର କେନ୍ଦ୍ର ବନ୍ଦ କରିବା ନେଇ ସେ ବର୍ଷିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Apr 15, 2020, 7:57 PM IST