ଓଡିଶା

odisha

ETV Bharat / city

ଗାନ୍ଧୀଙ୍କୁ ନେଇ ରାଜନୀତି, ପ୍ରତିଯୋଗିତାରେ 3 ପ୍ରମୁଖ ଦଳ - ପ୍ରମୁଖ ରାଜନୈତିକ ଦଳ

ଅକ୍ଟୋବର 2ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଗାନ୍ଧୀଙ୍କ ନାମକୁ ନେଇ ଆରମ୍ଭ ହୋିଛି ରାଜନୀତି । ବିଜେପି ଓ ବିଜେଡ଼ି ଗାନ୍ଧୀ ଜୟନ୍ତୀରେ କାର୍ଯ୍ୟକ୍ରମ ସ୍ଥିର କରିସାରିଛି । ଏପଟେ କଂଗ୍ରେସ ମଧ୍ୟ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ଦଳର ରଣନାତି ଆରମ୍ଭ କରିବା ଚଳିତ ମାସ 12 ତାରିଖରେ ବୈଠକ ଡ଼ାକିଛନ୍ତି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ।

ଡ଼ିଜାଇନ୍ ଫଟୋ

By

Published : Sep 8, 2019, 9:22 PM IST

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଓ ବିଜେପି ଗାନ୍ଧୀଙ୍କ ନାମରେ ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ ଗାନ୍ଧୀଙ୍କ ଆଦର୍ଶରେ ଗଢା ଯାଇଥିବା କଂଗ୍ରେସ ମଧ୍ୟ ଏବେ ରାହା ଖୋଜୁଛି । ଧୀରେ ଧୀରେ ଲୋକଙ୍କ ଠାରୁ କଂଗ୍ରେସ ଦୂରେଇ ଯାଉଥିବାରୁ ଗାନ୍ଧୀ କଥା କହି ସାଧାରଣ ଲୋକଙ୍କ ନିକଟତର ହେବାକୁ ଚାହୁଁଛି ଦଳ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର

ଏପଟେ ଚଳିତ ମାସ ୧୨ ତାରିଖରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଡାକିଛନ୍ତି ଦଳୀୟ ନେତୃତ୍ବଙ୍କ ବୈଠକ । ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀରେ ସମସ୍ତ ରାଜ୍ୟରେ ଗାନ୍ଧୀ କଥାକୁ ନେଇ ବ୍ୟାପକ ଭାବେ କାର୍ଯ୍ୟକ୍ରମ କରିବାକୁ ଦଳ ପ୍ରସ୍ତୁତ କରିବ ରଣନୀତି । ସୋନିଆ ଗାନ୍ଧୀଙ୍କ ଏହି ବୈଠକକୁ ନେଇ ବିଧାୟକ ସୁର ରାୟତରାୟ କହିଛନ୍ତି, କଂଗ୍ରେସ ଗାନ୍ଧୀଙ୍କୁ ଦୁରେଇ ଦେଇଥିବାରୁ କଂଗ୍ରେସକୁ ଲୋକ ଦୂରେଇ ଦେଇଛନ୍ତି ।

ସେହିପରି ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଜେପି ଲୋକସଭା ,ରାଜ୍ୟସଭା ସଦସ୍ୟ ଏବଂ ବିଧାୟକ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଛି । ସେପଟେ ବିଜେଡି ମଧ୍ୟ ଅକ୍ଟୋବର ୨ରେ ପଦଯାତ୍ରା କରିବ । ସମ୍ବିଧାନ ମୁଖବନ୍ଧରେ ଅହିଂସା ଶଦ୍ଦକୁ ସ୍ଥାନିତ କରିବା ପାଇଁ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଅଭିଯାନ ସଂଗ୍ରହ କରିବ । ପରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ଯୋଜନା ରଖିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details