ଭୁବନେଶ୍ବର: ଆସନ୍ତାକାଲି ରାଜଧାନୀରେ ବିଜେପି ଓ ବିଜେଡିର ବଡ କାର୍ଯ୍ୟକ୍ରମ । ବିଗିଡିପାରେ ରାଜଧାନୀରେ ଟ୍ରାଫିକ ସ୍ଥିତି । ସେପ୍ଟେମ୍ବର 29 ତାରିଖ ଆସନ୍ତାକାଲି(ଗୁରୁବାର) ରାଜଧାନୀରେ ଦୁଇ ରାଜନୈତିକ ଦଳର କାର୍ଯକ୍ରମ । ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଭୁବନେଶ୍ବର ଆସୁଛନ୍ତି । ଦଳ ଜନତା ମୈଦନାରେ ଆୟୋଜନ କରୁଛି କାର୍ଯ୍ୟକ୍ରମ । ଯାହାକୁ ନେଇ ଭୁବନେଶ୍ୱରକୁ ଆସୁଛନ୍ତି ୩୦ ରୁ ୩୫ହଜାର ବିଜେପି କର୍ମୀ ।
ସେହିପରି ବିଜେଡି ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡ ପଡିଆରେ ହେବ କର୍ମୀ ସମ୍ମିଳନୀ । ଯାହାକୁ ନେଇ ଉଭୟ ପାର୍ଟିର କର୍ମୀ ଭୁବନେଶ୍ୱର ଆସିବେ । ଏନେଇ ବିଜେପି ପକ୍ଷରୁ ଏୟାରପୋର୍ଟରୁ ଦଳୀୟ କାର୍ଯ୍ୟାଳୟ ପର୍ଯନ୍ତ ହେବ ଏକ ରୋଡ ସୋ। ବିଶାଳ ପଟୁଆରରେ ବାଇକ ରାଲିରେ ବିଜେପି କର୍ମୀ କରିବେ ରାଷ୍ଟ୍ରୀୟ ଅଧକ୍ଷଙ୍କ ସ୍ବାଗତ। ଶୋଭାଯାତ୍ରାରେ ଜନତା ମଇଦାନ ଅଭିମୁଖେ ଯାତ୍ରା କରିବେ ଜେପି ନଡ୍ଡା । ଫଳରେ ଅନେକ ଟ୍ରାଫିକ ଦେଇ ସେହି ସମୟରେ ହୋଇପାରେ ଭିଡ ।
ସେହିଭଳି ଶାସକ ବିଜେଡି ପକ୍ଷରୁ ହେଉଥିବା କର୍ମୀ ସମ୍ମିଳନିରେ ବିଭିନ୍ନ ପଞ୍ଚାୟତରୁ ତଥା ବିଭିନ୍ନ ଓ୍ବାର୍ଡ ସମେତ ଭୁବନେଶ୍ୱର କଟକ ମେୟର ପ୍ରମୁଖ ଯୋଗଦେବାର କାର୍ଯକ୍ରମ ରହିଛି । ଫଳରେ ବରମୁଣ୍ଡା ବସଷ୍ଟାଣ୍ଡ ପଡିଆକୁ ବିଭିନ୍ନ ପଟୁ ବିଜେଡି କର୍ମୀ ଆସିଲେ ଟ୍ରାଫିକ ଭିଡ ପରିସ୍ଥିତି ଉପୁଜିପାରେ । ଜନସାଧାରଣ ଯିବା ଆସିବା କରିବା ବେଳେ ଅସୁବିଧାର ସାମ୍ନା କରିପାରନ୍ତି । ସେଥିପାଇଁ କମିଶନରେଟ ପୋଲିସ ମଧ୍ୟ ସୁଚାରୁରୂପେ ଦୁଇ ଦଳର କାର୍ଯକ୍ରମକୁ ନଜରରେ ରଖି ପୋଲିସ ବ୍ୟବସ୍ଥା କରିଛି ।